ବିବେକାନନ୍ଦ ଯୁବ ସଂସଦର ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଯୁବ ବିଭାଗ, ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବେଦବ୍ୟାସ ସ୍ଥିତ ବୈଦିକ ଗୁରୁକୁଳ ଆଶ୍ରମଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଜିଲ୍ଲା ସଭାପତି କୁମାର ବେହେରାଙ୍କ ଆବାହକତ୍ବ, ସଭାପତି ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରିମ୍ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି, ଶିକ୍ଷାବିତ ନିରୁପମା ପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଯୁବପିଢିଙ୍କ ପାଇଁ ମାଗଦର୍ଶକ ଥିଲେ ସ୍ୱାମୀ ବିବେକାନନ୍ଦ । ଆତ୍ମାର ଅମରତ୍ୱ ଯାହା ଆମ ସଂସ୍କୃତିରେ ବିଶ୍ୱାସ ତାକୁ ବିଶ୍ବ ଆଗରେ ଉପସ୍ଥାପନା କରିଥିଲେ । ସେଥିଲେ ଉନବିଂଶ ଶତାବ୍ଦୀର ଭାରତବର୍ଷର ନବ ଜାଗରଣର ଅନ୍ୟତମ ପ୍ରାଣ ପୁରୁଷ । ଜଣେ ସମାଜ ସୁଧାରକ ଭାବେ ବହୁଜନ ହିତାୟ ବହୁଜନ ସୁଖାୟ ନୀତି ଆପଣାଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହ ପ୍ରତିଯୋଗିତାର ବିଚାରକ ଭାବେ ଉପସ୍ଥିତ ଥିବା କନକଲତା ମିଶ୍ର ଓ ଗୌରୀ ନାଗ ଓ ଗୁରୁ ସ୍ବାମୀ ନକୁଳ ଦେବଜୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାପତିତ୍ବ ଅଭିଭାଷଣରେ ପ୍ରଫେସର ସାହୁ କହିଲେ ଯେ, ସ୍ବାମୀଜୀ ୧୮୭୧ ମସିହାରେ ରାଉରକେଲା ଦେଇ ରାୟପୁର ଯାଇଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେ ଆହ୍ବାନ ଦେଇଥିଲେ । ଜିଲ୍ଲା ସଂଯୋଜକ ଶ୍ରୀ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ସ୍ବାଗତ ଭାଷଣ ରଖିଥିଲେ । ଶେଷରେ ସଂପାଦକ ଡଃ ଉମାକାନ୍ତ ପଣ୍ଡା ଶାନ୍ତି ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯଶପାଲ ସିଂହଙ୍କ ସମେତ ବହୁ ଅଭିଭାବକ ଯୋଗଦେଇ ଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ପରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ବାସନ୍ତୀ ନାୟକ, ଜ୍ୟୋସ୍ନାରାଣୀ ଦାସ, ସୁନିତା, ପ୍ରେମଶିଲା, ମମତା, ପ୍ରିୟଙ୍କା, ନମିତା, ସୂଜାତା, ସୁଷମା ଓ ମନିଷା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!