oom

ରାଜ୍ୟ ମଦ ମୁକ୍ତି ଯୁବ ବାହିନୀ ପକ୍ଷରୁ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ

jsmm

ବୀରମହାରାଜପୁର : ରାଜ୍ୟ ମଦ ମୁକ୍ତି ଯୁବ ବାହିନୀ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଆଜି ଭୀମଭୋଇ କଳା ମଣ୍ଡପ ଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୁଣା ଟାଉନ୍ ହଲ୍ ଠାରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ମଦର ପ୍ରସାର ପାଇଁ ହେଉଥିବା ସମସ୍ୟା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରାଯାଇଥିଲା । ସ୍ଵର୍ଗତ ନବକୃଷ୍ଣ ଚୌଧୁରୀ ତାଙ୍କର ମୁଖ୍ୟମନ୍ତ୍ରୀତ୍ଵ କାଳରେ ନିଶା ମୁକ୍ତ ରାଜ୍ୟ ପାଇଁ ସଂକଳ୍ପ ନେଇ ବିଭିନ୍ନ ପ୍ରକାର ସଂସ୍କାର ଆଣିଥିଲେ । ତେଣୁ ତାଙ୍କ ଆଦର୍ଶରେ ଅନୁପ୍ରଣିତ ହୋଇ କାର୍ଯ୍ୟ କରାଯାଉଛି ବୋଲି ମତ ପ୍ରକାଶ ପାଇଥିଲା । ଆଜିର କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ସୁଦାମ ଗାଇଗରିଆ, ସୋମନାଥ ସିଂହ, ସିନ୍ଧୋଲ ଡିଗ୍ରୀ କଲେଜ ଅଧ୍ୟକ୍ଷ ପବିତ୍ର ବାରିକ୍, ବ୍ୟାସଦେବ ମହାକୁର, ଅଭୟ କୁମାର, ଆଶିଷ କୁମାର ମହାକୁର, ବୌଦ୍ଧ ଜିଲ୍ଲାରୁ ମହେନ୍ଦ୍ର ମହାକୁଳ, ନବିନ ପାତ୍ର, ପ୍ରଶାନ୍ତ କୁମାର କର୍ଣ୍ଣ, ଗୋପାଳକୃଷ୍ଣ ଥାପା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.