
ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଦେଉଳା ପଞ୍ଚାୟତ ଅନ୍ତର୍ଗତ ସରସ୍ଵତୀପୁର ରଘୁନାଥ ନୋଡାଲ ଏକାଡେମୀକୁ ୫୦ ବର୍ଷ ପୁରିଛି । ଏହି ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବିଶେଷ ପ୍ରସ୍ତୁତି ନିଆଯାଇଛି । ଆସନ୍ତା ଡିସେମ୍ବର ୧୨ ତାରିଖ ଠାରୁ ଏହି ସୂବର୍ଣ୍ଣ ଜୟନ୍ତୀ ସମାରୋହ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ପାଳିତ ହେବ । ଏଥିରେ ବହୁ ବିଶିଷ୍ଟ ଶିକ୍ଷାବିତ, ବୁଦ୍ଧିଜୀବୀ, ଗବେଷକ, ପ୍ରଶାସନିକ ଅଧିକାରୀ, ମନ୍ତ୍ରୀ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ସେମାନଙ୍କ କଳା ପ୍ରଦର୍ଶନ କରିବେ । ମହାଆଡମ୍ବରରେ ଏହି ସୂବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରିବା ପାଇଁ ପ୍ରସ୍ତୁତି ନିଆଯାଇଛି । ଏନେଇ ସୋମବାର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣାଂଶୁ ଶେଖର ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଜେନା, ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଙ୍କଜାକ୍ଷ ପଣ୍ଡା, ସାରସ୍ୱତ ସାଧକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବ୍ରତ କୁମାର ଘରାଇ, ସରସ୍ୱତୀ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠାତା ସୁଦର୍ଶନ ପାତ୍ର, ପ୍ରାକ୍ତନ ଛାତ୍ର ତଥା ପୂର୍ବତନ ଦେହୁର୍ଦ୍ଦା ସରପଞ୍ଚ ରମାକାନ୍ତ କରଣ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଘନଶ୍ୟାମ ଗିରି, ବିଶିଷ୍ଟ ସମାଜସେବୀ ତୀର୍ଥେସ ଚନ୍ଦ୍ର ରାୟ ମହାଶୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ପୂର୍ବତନ ଶିକ୍ଷକ ଅମର ପ୍ରଧାନ, ସମାଜସେବୀ ତାପସ ଦାସ ମହାପାତ୍ର, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ସ୍ଥାନୀୟ ସରପଞ୍ଚ ଚୈତନ୍ୟ ବେହେରା ପ୍ରମୁଖ ଉପସ୍ଥିତ ହୋଇ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ପରିଚାଳନା କମିଟି ସଦସ୍ୟ ତଥା ଆଲୁମିନି ସତ୍ୟନାରାୟଣ ଦାସ, ସୁବାଷ ଦାସ, ରାମହରି ସୁର, ଅଜୟ ବାରିକ, ମଦନ ବାରିକ, ଅଞ୍ଜନ ପାତ୍ର, ଅଶୋକ ଦାସ, ପ୍ରଭୁରାମ ଦାସଙ୍କ ସହିତ ଶତାଧିକ ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।