om academy

ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସମ୍ମିଳନୀ ଚାଇବସା ଶାଖା ଓ ଝାଡ଼ଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଚାଇବସାଠାରେ ମଧୁବାବୁଙ୍କ ୧୭୪ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏଥିରେ ଉଭୟ ସଂସ୍ଥାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାପୂର୍ବକ ପୁଷ୍ପପ୍ରଦାନ କରିଥିଲେ । ମଧୁବାବୁଙ୍କ ପ୍ରତିଚିତ୍ର ସମ୍ମୁଖରେ ପାରମ୍ପରିକ ହିନ୍ଦୁ ରୀତିରେ ଦୀପ, ଧୂପ ସହ ସେହି ଅମ୍ଲାନ ବ୍ୟକ୍ତିତ୍ୱର ସ୍ମରଣ କରାଯାଇଥିଲା । ଏହାପରେ ମଧୁବାବୁଙ୍କ ବିଚାରଧାରା କିଭଳି ସମାଜରେ ପରିବର୍ତ୍ତନ ଆଣିପାରିବ ସେହି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ମଧୁବାବୁଙ୍କ ସ୍ୱପ୍ନକୁ କିଭଳି ସାକାର ରୂପ ଦିଆଯାଇପାରିବ ସେ ସମ୍ବନ୍ଧରେ ଅନେକ ନିଜ ନିଜର ବିଚାରଧାରାକୁ ସ୍ପଷ୍ଟ କରିଥିଲେ । ପ୍ରକାଶ ଥାଉକି ଝାଡ଼ଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦ ସମ୍ପୂର୍ଣ୍ଣ ରୂପେ ମଧୁବାବୁଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ନେଇ କାମ କରୁଅଛି । ଏହି ସଂସ୍ଥାର ମୂଳ ଲକ୍ଷ୍ୟ ବ୍ୟକ୍ତିତ୍ୱର ସାମଗ୍ରୀକ ବିକାଶ ଥିଲେ ହେଁ ଆର୍ଥିକ ସ୍ୱଚ୍ଛଳତା ପ୍ରାପ୍ତି ଉପରେ ଏହାର ପ୍ରାଥମିକତା ରହିଛି । ଅନୁଷ୍ଠାନର ପ୍ରତିଷ୍ଠାତା ରୋହିତ କୁମାର ଦ୍ୱିବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭାପତି ସୁଶାନ୍ତ କୁମାର ମହାରଣା ସଂଗଠନର ଭବିଷ୍ୟତ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ କମିଟିର ସଦସ୍ୟ ଜୟନ୍ତ କୁମାର ଆଖଡା (ଦାସ) ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.