ପ୍ରଶାନ୍ତ ନନ୍ଦଙ୍କ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା ଆସନ୍ତା ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱନାମଧନ୍ୟ ସିନେ ଅଭିନେତା, ପଦ୍ମଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ୭୭ତମ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା ‘ଚିର ସବୁଜ ପ୍ରଶାନ୍ତ’ ଆସନ୍ତା ମଇ ୨ ତାରିଖ ସନ୍ଧ୍ୟା ୬ଟାରେ ସିଭିକ ସେଣ୍ଟରଠାରେ ଆୟୋଜିତ ହେବାକୁ ଯାଉଛି । ସ୍ଥାନୀୟ ସହର ସେବା ସମିତି ଆନୁକୂଲ୍ୟରେ ରାଉରକେଲାର ମ୍ୟୁଜିକ ଥେରାପି ଓ ଭୁବନେଶ୍ୱରର ଇନ୍ଦ୍ରଧନୁ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ଏହି ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ପ୍ରଶାନ୍ତ ନନ୍ଦଙ୍କ ଉପସ୍ଥିତିରେ ହେବ ଏବଂ ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନାର ଡିଆଇସି ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଶ୍ରୀ ନନ୍ଦଙ୍କ ଜନ୍ମଦିନ ସକାଶେ ଉତ୍ସର୍ଗିକୃତ ଏହି କାର୍ଯ୍ୟକ୍ରମରେ ଏହି ବରିଷ୍ଠ ସିନେତାରକାଙ୍କ ଅଭିନୀତ, ନିର୍ଦ୍ଦେଶିତ ସିନେମା ଗୁଡ଼ିକର ମନଛୁଆଁ ସଙ୍ଗୀତ ଗୁଡ଼ିକ ପରିବେଶିତ ହେବ । କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ । ବହୁସଂଖ୍ୟାରେ ଯୋଗଦେବାକୁ ସହର ସେବା ସମିତିର ଆବାହକ ଶୈଳେନ୍ଦ୍ର ମହାନ୍ତି ନିବେଦନ କରିଛନ୍ତି ।

Leave A Reply

Your email address will not be published.