ଧନୁଯାତ୍ରାର ହୀରକ ଜୟନ୍ତୀ

  • ପ୍ରଥମ ଦିନରେ ୭୫ କଳାକାର କରିବେ ନୃତ୍ୟ ପ୍ରଦର୍ଶନ

ବରଗଡ, (କେପିଏନ୍‌ଏସ୍‌) : ଧନୁଯାତ୍ରା ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ତଥା ହୀରକ ଜୟନ୍ତୀର ପ୍ରଥମ ଦିନ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମରେ ୭୫ ଜଣ କଳାକାର ଏକାସାଙ୍ଗରେ ନୃତ୍ୟ ପ୍ରଦର୍ଶନ କରିବେ । ‘ଯାତ୍‌ରା ଯାତ୍‌ରା ଧନୁଯାତ୍‌ରା ରେ, ମନେ ଯାତ୍‌ରାର୍‌ ଛାଇଁ.. ଏହି ଗୀତର ଛନ୍ଦ ଏବଂ ଢୋଲ ନିଶାନର ତାଳେ ତାଳେ ୭୫ ଜଣ କଳାକାର ନୃତ୍ୟ କରିବେ । ଏହି ଗୀତଟି ଗୀତିକାର ଶଙ୍କର୍ଷଣ ମିଶ୍ର ରଚନା କରିଥିବା ବେଳେ ଧନୁଯାତ୍ରା ସାଂସ୍କୃତିକ କମିଟିର ଆବାହକ ଗୋପାଳ ଦାଶ ସ୍ୱର ସଂଯୋଜନା, ସଙ୍ଗୀତ ପରିଚାଳନା ତଥା ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ସହଯୋଗୀ ନିର୍ଦ୍ଦେଶକ ରହିଛନ୍ତି ନେହେରୁ ସରାଫ ।

Leave A Reply

Your email address will not be published.

error: Content is protected !!