oom

କବି ବିିଧୁଭୂଷଣ ଗୁରୁଙ୍କ ଜୟନ୍ତୀ ପାଳିତ : ଜାତିର ପରିଚୟ ସୃଷ୍ଟି କରିବାକୁ ହେଲେ ପୂଜ୍ୟପୂଜା ନିତାନ୍ତ ଜରୁରୀ ବୋଲି ମତ ଦେଲେ ମୁଖ୍ୟବକ୍ତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପତିତପାବନ ଏକାଡେମୀ ସଭାକକ୍ଷରେ ବିଧୁଭୂଷଣ ଗୁରୁଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଧୁଭୂଷଣ ଗୁରୁ ସ୍ମୃତି ପରିଷଦ ସଂରକ୍ଷକ ଡା. ଭକ୍ତପ୍ରସାଦ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୂଳସଚିବ ପ୍ରଫେସର ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଓଡିଆ ପ୍ରଫେସର ତଥା ବିଶିଷ୍ଟ ଔପନ୍ୟାସିକ ଡ. ବିଭୂତି ଭୂଷଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସାହିତ୍ୟ ପତ୍ରିକା ‘ବିଧୁସ୍ମୃତି’ ଉନ୍ମୋଚିତ ହୋଇଥିଲା । ୬ ଜଣ ବିଶିଷ୍ଠ ସାହିତ୍ୟିକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ବିଧୁଭୂଷଣ ସ୍ମୃତିସମ୍ମାନ, ପ୍ରଫେସର ମଧୁସୁଦନ ପତିଙ୍କୁ ଡ. ଗଙ୍ଗାଧର ଗୁରୁ ସ୍ମୃତିସମ୍ମାନ, ଅବସରପ୍ରାପ୍ତ ପ୍ରଶାସକ ରଥୀନ୍ଦ୍ରନାଥ ପାଢୀଙ୍କୁ ଗୌରୀଶଙ୍କର ତ୍ରିପାଠୀ ସ୍ମୃତିସମ୍ମାନ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ପୂର୍ଣ୍ଣଚନ୍ଦ୍ର ଦାସ ସ୍ମୃତିସମ୍ମାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କର୍ଣ୍ଣଙ୍କୁ ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆ ସ୍ମୃତିସମ୍ମାନ, ବରିଷ୍ଠ ସ୍ତମ୍ଭକାର ଉମାଶଙ୍କର ସିଂହଙ୍କୁ ଜଷ୍ଟିସ ରାଧେକୃଷ୍ଣ ମିଶ୍ର ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା । ସଂସ୍କୃତ ଅଧ୍ୟାପକ ଡ. ଦୈତାରି ପୂଜାରୀ ବେଦପାଠ କରିଥିବା ବେଳେ ସୁଶ୍ରୀ ସ୍ଥିତିପ୍ରଜ୍ଞା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । କଣ୍ଟାବାଞ୍ଜି କଲେଜ ଅଧ୍ୟାପକ ଡ. ସଞ୍ଜୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମୃତି ପରିଷଦର ସଂପାଦକ ଜୟକୁମାର ଆଚାର୍ଯ୍ୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍ୱର୍ଗତ କବି ବିଧୁଭୂଷଣ ଗୁରୁଙ୍କ ତୁଳସୀ ଜୈନ, ପ୍ରାଣବନ୍ଧୁ ନାୟକ, ଡ. ଅଭିମନ୍ୟୁ ମିଶ୍ର, ପ୍ରଫେସର ଡ. ସନ୍ତୋଷ ରଥ ପ୍ରମୁଖ ସ୍ୱର୍ଗତ ଗୁରୁଙ୍କୁ ଶାବ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ମହାପାତ୍ର ସ୍ମୃତି ପରିଷଦ ବିଧୁଭୂଷଣ ଗୁରୁଙ୍କ ଜୟନ୍ତୀ ପାଳନ ପୂର୍ବକ ପୂଜ୍ୟପୂଜା କରୁଥିବାରୁ ସାଧୁବାଦ ଜଣାଇଥିଲେ । ପୂଜ୍ୟପୂଜା କରାଯିବା ଦ୍ୱାରା ଗୋଟିଏ ଜାତିର ପରିଚୟ ସୃଷ୍ଟି ହୁଏ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ବିଧୁଭୂଷଣ ଗୁରୁଙ୍କୁ ଏକ ବହୁମୁଖୀ ପ୍ରତିଭା ବୋଲି ଅଭିହିତ କରି ତାଙ୍କ ସାହିତ୍ୟ ଓ ପ୍ରତିଭାର ବିଭିନ୍ନ ଦିଗ ଉପରେ ଭାବଗର୍ଭକ ଅଭିଭାଷଣ ଦେଇଥିଲେ । କସ୍ତୁରୀ ରଥ ଧନ୍ୟବାଦ ଦେଇଥିଲେ । ସୂଚନା ଯୋଗ୍ୟ ଯେ, କବି ବିଧୁଭୂଷଣ ଗୁରୁ ୩ ଅକ୍ଟୋବର ୧୯୨୦ରେ ତୁଷୁରାଠାରେ ଜନ୍ମ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.