ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୮ତମ ଜନ୍ମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଧୁନିକ ଭାରତର ନିର୍ମିତା, ସଂଚାର ଓ କମ୍ପ୍ୟୁଟର କ୍ରାନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାର ଜନକ ଯୁବ-ଛାତ୍ରଙ୍କ ଆଦର୍ଶ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୮ତମ ଜନ୍ମ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବରଗଡ଼ ରାଜୀବ ଗାନ୍ଧୀ ଛକଠାରେ ରାଜୀବ ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିକୁ ମାଲ୍ୟାର୍ପଣ କରିବା ସଙ୍ଗେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା । ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ଯୁଗଳ ସିଂ, ସରୋଜ ଷଡ଼ଙ୍ଗୀ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ଜିଲ୍ଲା ଉପସଭାପତି ପାଣ୍ଡବ କର୍ଣ୍ଣ, ରଥି କୁମ୍ଭାର, ଅଭିଷେକ ନାୟକ, ଗୌରବ ପତି ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.