କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧନସିଂ ମାଝୀ, ସିଆରସିସି, ମାନ୍ଦଲା, ଶିକ୍ଷକ ମନୋଜ ତାଣ୍ଡୀ, ଅଲେଖ ବନଗୋଲା, ଶ୍ୟାମ ସୁନ୍ଦର ପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ସୁବାସ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପ ଓ ଦୀପ ପ୍ରଦାନ କରିଥିଲେ । ଛାତ୍ରୀ ତୃଶ୍ରିତା ସିଂ ମାଝୀ, ଜତୀନ ସିଂ ମାଝୀ ବକ୍ତବ୍ୟ ପ୍ରଦାନ କରିଥିଲେ । ତାପରେ ବିଦ୍ୟାଳୟରେ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସମସ୍ତେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭବାନୀ ମାଝୀ, ଲଳିତା ମାଝୀ, କମିଟି ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।