ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ଵତୀ ପୂଜା, ବିଦ୍ୟାରମ୍ଭ ସଂସ୍କାର ଓ ନେତାଜୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ଵତୀ ପୂଜା, ବିଦ୍ୟାରମ୍ଭ ସଂସ୍କାର, ସାମୂହିକ ଖଡ଼ି ଛୁଆଁ ଉତ୍ସବ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମାଆମାନେ ଭାଇ ଭଉଣୀମାନଙ୍କ ସହ କଳସ ଓ ଗ୍ରନ୍ଥ ଶୋଭାଯାତ୍ରାରେ ଗୋପାଳଜୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ପୁଣି ଶିଶୁ ମନ୍ଦିରକୁ ଫେରିଲା ବେଳେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଶିଶୁମାନଙ୍କ ପାଦ ଧୋଇ ସ୍ୱାଗତ କରିଥିଲେ । ପରେ ଅର୍ନ୍ତର୍ଯ୍ୟାମୀ ମେହେରଙ୍କ ପୌରୋହିତ୍ୟରେ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ସୌରଭ ରଂଜନ ପଣ୍ଡା ସପତ୍ନୀକ ଅଲିଭା ରଥ, ନିର୍ମଳ ସାହୁ ସପତ୍ନୀକ ସନ୍ତୋଷିନୀ ସାହୁ, ବିନୟ ପଣ୍ଡା ସପତ୍ନୀକ ତୃପିବାଲା ମିଶ୍ର, ତୋଷରାଜ ମେହେର ସପତ୍ନୀକ ଅରୂପା ମେହେର ପ୍ରମୁଖ ଯଜ୍ଞ କର୍ତ୍ତା ଦାୟିତ୍ଵ ତୁଳାଇଥିଲେ । ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମାର୍ଗ ଦର୍ଶନ କରିଥିଲେ । ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଜୟନାରାୟଣ ତ୍ରିପାଠୀ, ସମ୍ପାଦକ ଜନକ ଲାଲ ମେହେର, ପୂର୍ବତନ ଛାତ୍ର ପରିଷଦ ସଭାପତି ଅଜୟ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଦୁର୍ବାଦଳ ସାହୁ ଗୁରୁଜୀ ସଂଯୋଜନା କରିଥିଲାବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ ସହ ଉଦ୍ଦେଶ୍ୟ କଥନ କରିଥିଲେ । ସମ୍ପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସରସ୍ଵତୀ ପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଳାଇଥିଲେ । କୁନିକୁନି ଲେଖନୀରୁ ଲିଖିତ ଓ ଚିତ୍ରକଳାର ସମାହାର ଅରୁଣକୁ ସଭାପତି ପୃଥିରାଜ ସାହୁ ଉନ୍ମୋଚନ କରିଥିଲେ । ସେହିପରି ବିଦ୍ୟା ମନ୍ଦିର ବିଭାଗରେ ପୂଜକ ଭାବରେ ଯଦୁମଣି ଦାଶ ଦାୟିତ୍ୱ ତୁଳାଇଥିଲେ । ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ହୋଇଥିଲା । ଉଭୟ ସଂଗ୍ରାମୀ ଉପରେ ରଜତ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । ସିଦ୍ଧାର୍ଥ ଶେଖର ସାହୁ ଭାଇ ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ଉପରେ ଅଭିଭାଷଣ ରଖିଥିଲେ । ଏହି କାର୍ୟ୍ୟକ୍ରମକୁ ଧନଞ୍ଜୟ ତାଣ୍ଡି ଗୁରୁଜୀ ସଂଯୋଜନା କରିଥିଲେ । ବହୁ ସଂଖ୍ୟାରେ ଭାଇ, ଭଉଣୀ, ଅଭିଭାବକ, ଅଭିଭାବିକା, ପୁରାତନ ଛାତ୍ର, ପରିଚାଳନା ସମିତି ସଦସ୍ୟ, ମାତୃ ଭାରତୀ ସଦସ୍ୟା ଉପସ୍ଥିତ ରହି ସରସ୍ଵତୀ ମାତାଙ୍କ ପାଖରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.