oom

ସଇଁତଲା ଓକିଲ ସଂଘ ତରଫରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା କୋର୍ଟ ପରିସରରେ ସଇଁତଲା ଓକିଲ ସଂଘ ଆନୁକୂଲ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳନ ହୋଇଯାଇଛି । ଉକ୍ତ ସଭାରେ ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସଇଁତଲା ମାଜିଷ୍ଟ୍ରେଟ ପ୍ରଭାତ କୁମାର ସାମଲ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଟିଟିଲାଗଡ଼ର ବରିଷ୍ଠ ଆଇନଜୀବୀ ଶୁଭକରଣ ଜୈନ ଓ ସଂଘ ସମ୍ପାଦକ ସତ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗଦାନ କରି ମଧୁବାବୁଙ୍କ ଜୀବନୀ ଉପରେ ଆଲୋପାତ କରିଥିଲେ । ସଭାକୁ ଯୁବ ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଇନଜୀବୀ ପ୍ରୀତିସାଗର ମହାନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ସରକାରୀ ଓକିଲ ପ୍ରକାଶ ମହାଉତି, ଆଇନଜୀବୀ ଦୟାନିଧି ଦୀପ, ସୋମନାଥ ପ୍ରଧାନ ଯୁବରାଜ ରଣା, ଜପେଶ୍ୱର ଯାନୀ, ହିମାଂଶୁ ଦାସ, ଝସକେତନ ରଣା, ଦ୍ରୌପଦୀ ପାତ୍ର, ଗୋକୁଳ ସୁନା, ମଞ୍ଜୁଶ୍ରୀ ସାହୁ, ଜ୍ୟୋସ୍ନା ବାଗ, ରାମ ଗୋପାଳ ନାୟକ, ମନରଞ୍ଜନ ପୃଷେଠ, ରାମଚନ୍ଦ୍ର ବେହେରା, ଅଶୋକ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.