ବଲାଙ୍ଗିର, (କେପିଏନ୍ଏସ୍) : ଲୋଇସିଂହା ବ୍ଳକ ଅନ୍ତର୍ଗତ, ଆମ୍ବେଦକର ନଗର ବାଞ୍ଚିପାଲି ଠାରେ ଶିକ୍ଷା ଜନନୀ କ୍ରାନ୍ତି ଜ୍ୟୋତିମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୬ତମ ଜୟନ୍ତୀ ଏମ୍ ବି ଏମ୍ ଏମ୍ ବଲାଙ୍ଗିର ଉପସଭାପତି ସରୋଜ କୁମାର ମେଶ୍ଵାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀମତୀ ଭଗବତୀ କୁମ୍ଭାର (ବରିଷ୍ଠ ସାମାଜିକ କର୍ମୀ) ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଧିମାନ ସୁନୀଲ ନନ୍ଦ ସଭା ପରିଚାଳନା କରିଥିଲେ । ଜାନୁୟାରୀ ୧ ଶୌର୍ୟ୍ୟ ଦିବସ (ଭିମା କୋରେ ଗାଁଓ ୧୮୧୮) ଏବଂ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମଦିନକୁ ଶିକ୍ଷକ ଦିବସ ଭାବରେ ସର୍ବ ଭାରତୀୟ ସ୍ତରରେ ପାଳନ କରାଯାଉଛି ବୋଲି, ସମସ୍ତ ବକ୍ତା ବକ୍ତବ୍ୟରେ ପ୍ରଦାନ କରିଥିଲେ । ଏଥିରେ ନବସେତୁ ମାସିକ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଚିତ୍ତରଞ୍ଜନ ଗହିର, ସୁମନ୍ତ ମେହେର, ସୁନ୍ଦର କାଲସାଏ, ଦୈତାରୀ ନନ୍ଦ, ପ୍ରକାଶ ନନ୍ଦ, ଅଜିତ କୁମାର ନନ୍ଦ, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଧିମାନ ଦୈତାରି ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।