ବାଲ୍ମୀକି ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ଆୟୋଜିତ ବାଲ୍ମୀକି ଜୟନ୍ତୀ ସମାରୋହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନବବାଦର ମହାକାବ୍ୟ: ରାମାୟଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗାଳ୍ପିକା ତଥା କବି ଧରିତ୍ରୀ ପାଇକରାୟ ସାରସ୍ଵତ ସନ୍ଧ୍ୟାକୁ ସ୍ୱାଗତ କରିଥିବା ବେଳେ ସଂସ୍କୃତ ପଣ୍ଡିତ ସୁରେଶ ଚନ୍ଦ୍ର ମହାନ୍ତି ବାଲ୍ମିକୀ ରାମାୟଣର ଶ୍ଳୋକ ଆବୃତ୍ତି କରିଥିଲେ । ଶିକ୍ଷାବିତ ତଥା ସମାଜସେବୀ ଗୋଦାବରୀଶ ଶତପଥୀ ସଭାପତିତ୍ୱ ଅଭିଭାଷଣ ରଖିଥିବାବେଳେ କବି ତ୍ରିଲୋଚନ ସ୍ୱାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ ଏବଂ ପ୍ରାକ୍ ଭାଷଣ ରଖିଥିଲେ । ଛାତ୍ର ସାହିଲ ପ୍ରଧାନ ଭିତ୍ତି ପ୍ରବନ୍ଧ ପାଠ କରିଥିଲାବେଳେ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷୟିତ୍ରୀ ନିରୁପମା ପତି ଓ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି, ବିଶିଷ୍ଟ ଶିକ୍ଷାବିତ୍ ତଥା ମାନନୀୟ ସଂଘ ଚାଳକ: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଓଡ଼ିଶା ପଶ୍ଚିମର ଡ. ସନାତନ ପ୍ରଧାନ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ଡିଭାଇନ ଲାଇଫ୍, ଛେଣ୍ଡର ସଭାପତି ଇଂ ସୁଶୀଳ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଆଲୋଚନା ସମସ୍ତଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ରଖିଥିଲେ । ଶେଷରେ ସଂଯୋଜିକା ତଥା କବି ଅଳକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave A Reply

Your email address will not be published.