ଜ୍ଞାନ ବିକାଶ କେନ୍ଦ୍ର ଦ୍ୱାରା ଶାସ୍ତ୍ରୀ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲ୍ ଠାରେ ସାହିତ୍ୟ ଅନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ତରଫରୁ ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି । ସଭାପତି ଡ. ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତା, ସମ୍ପାଦକ ସୁବାସ ଲେଙ୍କାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସ୍ଵର୍ଗତ ଶ୍ରୀଧର ଲେଙ୍କାଙ୍କର ୮୬ ତମ ଜୟନ୍ତୀ ପାଳନ ସହ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ସୁଧାଂଶୁ ଅଶୋକ ପଣ୍ଡା, ମୁଖ୍ୟବକ୍ତା ଡ. ପରମେଶ୍ଵର ଶତପଥୀ, ବକ୍ତା ଭାବେ ଶିକ୍ଷାବିତ୍ ସୁମନ୍ତ କୁମାର ପଣ୍ଡା, ହରିହର ବେହେରା, ସମ୍ମାନୀୟ ଅତିଥି ଭାବେ କବି ବିକ୍ରମ ଆଚାର୍ଯ୍ୟ ଏବଂ ସମାଜସେବୀ ଲଲାଟେନ୍ଦୁ ଚୌଧୁରୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ଉପାଧ୍ୟକ୍ଷ କବି ଅନୀଲ କୁମାର ଦାଶ, ସମାଜସେବୀ ଲକ୍ଷ୍ମଣ ପରିଡା, ଡ. ଉମାକାନ୍ତ ପଣ୍ଡା ଶାସ୍ତ୍ରୀଜୀଙ୍କର ମହାନ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଶେଷରେ କବି ଉର୍ବଶୀ ଦାଶଙ୍କ ସଂଯୋଜନାରେ କବିମାନେ କବିତା ପାଠ କରିଥିଲେ । ଶେଷରେ ସମାଜସେବୀ ଲଲାଟେନ୍ଦୁ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.