ଜେନିଥ ଲାୟଂସ ଗୁରୁକୁଳରେ ଗଙ୍ଗାଧର ମେହେର ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଜେନିଥ ଲାୟଂସ ଗୁରୁକୁଳରେ ଆଜି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ତଥା ବକ୍ତା ଭାବରେ ବୁଦ୍ଧଦେବ ମେହେର ମହାବିଦ୍ୟାଳୟ ଦହିତାର ଇଂରାଜୀ ଅଧ୍ୟାପକ, ବିଶିଷ୍ଟ ସ୍ତମ୍ଭକାର, ବାଗ୍ମୀ, ସୁଲେଖକ ଓ ସମାଜ ସେବୀ ସୁଶାନ୍ତ କୁମାର ମିଶ୍ର ଯୋଗଦାନ କରିଥିଲେ । ସେ ପ୍ରାଞ୍ଜଳ ଭାବରେ ଗଙ୍ଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଏଇ ମାଟି ଯୋଗଜନ୍ମା କବିମାନଙ୍କର ମାଟି ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ ଅତି ସରଳ ଏବଂ ସାବଲୀଳ ଭାଷାରେ ଛାତ୍ରଛାତ୍ରୀଙ୍କ ମନକୁ ଛୁଇଁଲା ପରି ଭାଷାରେ ଗଙ୍ଗାଧରଙ୍କ ଗୁଣଗାନ କରିଥିଲେ । ଗଙ୍ଗାଧରଙ୍କ ସାହିତ୍ୟରେ ଜାତୀୟ ତାବାଦ ସହିତ ଗ୍ରାମ୍ୟ ଛିଟା କେମିତି ପଡ଼ିଛି ତାହା ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଭାଷଣ ଅତ୍ୟନ୍ତ ମୁଗ୍ଧକର ଥିଲା । ଅଧ୍ୟକ୍ଷ ତାଙ୍କର ଅଭିଭାଷଣରେ ସ୍ୱଭାବ କବି ଗଙ୍ଗାଧର ସମସ୍ତ ଭାଷାର କବିମାନଙ୍କଠୁ ଅତି ଉଚ୍ଚରେ ବୋଲି କହିଥିଲେ । ତାଙ୍କ ସାହିତ୍ୟରେ ଭାଷାର ଗମ୍ଭର୍ଯ୍ୟତା, ଉଚ୍ଚାଙ୍ଗ ପ୍ରଯୋଗ, ସାବଲୀଳତା, ଲାଲିତ୍ୟ, ଶବ୍ଦ ସଂଯୋଜନା, ଦିବ୍ୟ ଚେତନା, ଦୂରଦର୍ଶୀତା, ଆଧ୍ୟାତ୍ମିକତା, ଭାବର ନିଷ୍କପଟତା, ଆବେଗତା, ଉଦ୍ଦୀପନା ଉଦ୍ରେକ କାରୀ ବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଗଙ୍ଗାଧରଙ୍କ ସାହିତ୍ୟରେ ସତ୍ୟ ଶିବ ସୁନ୍ଦରର ଅପୂର୍ବ ସଂଯୋଗ ଓ ସମନ୍ୱୟ କଥା କହିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ ବେହେରା ସଂଯୋଜନା କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ରଞ୍ଜିତ କୋଚାରି ଧନ୍ୟବାଦ୍ ଅର୍ପଣ କରିଥିଲେ ।ସଭାରେ ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.