ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ

ଜୟପାଟଣା, (ଶେଷଦେବ ବେହେରା ) : ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ସମାରୋହ, ଜୟପାଟଣା ସାହିତ୍ୟ ସଂସଦ ତରଫରୁ, ସ୍ଥାନୀୟ କଲ୍ୟାଣୀ ମଣ୍ଡପ ଠାରେ ଏକ ଭବ୍ୟ ସମାବେଶ ମଧ୍ୟରେ ପାଳିତ ହୋଇଯାଇଛି । ସାହିତ୍ୟ ସଂସଦର ସଭାପତି ତୀର୍ଥରାଜ ଦଳପତିଙ୍କ ଆବାହକତ୍ୱରେ ବହୁ ସାହିତ୍ୟକ, କବି, ଗାଳ୍ପିକ, ଅଧ୍ୟାପକ ଉପସ୍ଥିତ ରହିଥିଲେ । ଆୟୋଜିତ ଜୟନ୍ତୀ ଉତ୍ସବ ସଭା, ତୀର୍ଥରାଜ ଦଳପତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା, ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଶ୍ଵାଶତି ବେହେରା, ସମ୍ମାନୀୟ ଅତିଥିଭାବେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ବେଣୁଧର ମୁଣ୍ଡ, ଅବସର ପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଶ୍ରବଣ କୁମାର ଗୁପ୍ତା ଯୋଗ ଦେଇ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ, ତାଙ୍କ ଲେଖନୀ, ଆଜିର ଦିନରେ ମଧ୍ୟ ସମଗ୍ର ମାନବ ସମାଜକୁ ପ୍ରେରଣା ଯୋଗାଉଛି ବୋଲି ମତବ୍ୟକ୍ତ କରିଥିଲେ । ସ୍ଵଭାଵ କବିଙ୍କ ଦ୍ୱାରା ଉଦ୍ରୁତ ତପସ୍ୱିନୀ କାବ୍ୟ, କିଚକ ବଧ, ଅର୍ଘ୍ୟ ଥାଳି, ଉତ୍କଳ ଲକ୍ଷ୍ମୀ, ପ୍ରଣୟ ବନ୍ଧନ, ପ୍ରଭୁତି ଅମୁଲ୍ୟ ପୁସ୍ତକ ଗୁଡିକ କବିଙ୍କ ଲେଖନୀ ମୁନକୁ ଜୀବନ୍ତ କରି ଦେଇଛି ବୋଲି ମଞ୍ଚାସୀନ ଅତିଥିମାନେ ପ୍ରକାଶ କରିଥିଲେ । ସମାଜସେବୀ ରାଧାମାଧବ ପଣ୍ଡା, ସିଦ୍ଧାର୍ଥ ମିଶ୍ରଙ୍କ ସକ୍ରିୟ ସହଯୋଗ ଜୟନ୍ତୀ ସମାରୋହର ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇ ପାରିଥିଲା । ଏହି ଅବସରରେ କବି ଗଙ୍ଗାଧର ପ୍ରେମୀ ପ୍ରମୋଦ ଠାକୁର, ପ୍ରଶାନ୍ତ କୁମାର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ପଣ୍ଡା, ମିନା ମୁଣ୍ଡ, ସ୍ଵର୍ଣ୍ଣପ୍ରଭା ରଥ, ପ୍ରତାପଦାସ ଅଧିକାରୀ, ରବୀନ୍ଦ୍ର ଖମାରି, ଅଶ୍ୱୀନ ପଣ୍ଡା, କସ୍ତୁରବା ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଉପସ୍ଥିତି ଜୟନ୍ତୀ ସମାରୋହକୁ ମୁଖରିତ କରିଦେଇଥିଲା । ଇଂରାଜୀ ଅଧ୍ୟାପକ ମାନସ ପଣ୍ଡା ଅତିଥି ପରିଚୟ, ମଞ୍ଚ ପରିଚାଳନା କରିଥିବାବେଳେ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.