oom

ଧୁମ୍‌ଧାମ୍‌ରେ ପାଳିତ ହେଲା ବାବା ସାହେବଙ୍କ ଜୟନ୍ତୀ

jsmm

ଜୟପାଟଣା, (ଶେଷଦେବ ବେହେରା) : ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ବଡ଼ ଧୁମ୍‌ଧାମ୍‌ରେ ଜୟପାଟଣା ସହରରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ଯୋଗ ଦେବାପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ । ଆୟୋଜନ କମିଟି ଦ୍ୱାରା ଜନ୍ମ ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ଏକ ବିଶାଳ ପଟୁଆର ସ୍ଥାନୀୟ ଠାକୁରାଣୀ ମନ୍ଦିର ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ବାବା ସାହେବଙ୍କ ଜୀବନ ଦର୍ଶନ ଉପରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା । ବିଭିନ୍ନ ବକ୍ତା ଆଲୋଚନା ରଖିଥିଲେ । ଏହି ସଭାରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡ. ବାସୁଦେବ ସୁନାନୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାତା ତଥା ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଗଙ୍ଗାଧର ମାଝୀ ଅବସର ପ୍ରାପ୍ତ ଡେପୁଟି କମିଶନର ଗଙ୍ଗାଧର ମାଝୀ, ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ରୂପଧର ନାଏକ, ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସତ୍ୟବାନ ଶବର ଅବସର ପ୍ରାପ୍ତ ଅଧ୍ୟକ୍ଷ କୋକସରା ମହାବିଦ୍ୟାଳୟ, ଅଧ୍ୟାପକ ଶ୍ରବଣ ଗୁପ୍ତ, ଛାୟାକାନ୍ତ, ବେଣୁପାଣି, ଯୁଧିଷ୍ଠିର ସୁନା, ରୁଦ୍ରପ୍ରସାଦ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.