oom

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜୟନ୍ତୀ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆ ଭଟାମଣ୍ଡି ପରିସରରେ ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏକାତ୍ମ ମାନବବାଦ ଉପରେ ବିଶ୍ୱାସ ରଖି ରାଷ୍ଟ୍ର ପାଇଁ ନିଜର ଜୀବନକୁ ସମର୍ପିତ କରିଥିବା ଅମର ପୁରୁଷଙ୍କ ଜୟନ୍ତୀ ଅବସରରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ସଦସ୍ୟତା ପ୍ରଭାରୀ ନମିତା ରାଣୀ ସାହୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଦଳୀୟ ସଦସ୍ୟତା ଅଭିଯାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପୂର୍ବତନ ଜିଲ୍ଲା ସଭାପତି ଶେଷଦେବ ବେହେରା, ଜିଲ୍ଲା ଉପସଭାପତି ରମେଶ ମାଝୀ ଜିଲ୍ଲା ସମ୍ପାଦିକା ମମତା ପଣ୍ଡା, ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାପତି ବିଜୟ ଦିସାରି, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କେଶରୀ ଦୁର୍ଗା, ନମାମି ଗଙ୍ଗେ ଜିଲ୍ଲା ସଭାପତି ଜଗମୋହନ ପଟ୍ଟନାୟକ, ସନ୍ତୋଶିନୀ ଦାସ, ଉଆସୁ ବିଶ୍ଵାଳ, ମନୋଜ ପାତ୍ର, ପ୍ରକାଶ ଠାକୁର, ନିରଞ୍ଜନ ଛତ୍ରିଆ, ସୁଶାନ୍ତ ମୁଣ୍ଡ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜୟପାଟଣା କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ଯୁବା ମୋର୍ଚ୍ଚା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା । ଭବାନୀପାଟଣା ରକ୍ତଭଣ୍ଡାର ଆନୁକୂଲ୍ୟରେ ରକ୍ତ ସଂଗ୍ରହ କରାଯାଇଥିଲା ।

jittmm
Leave A Reply

Your email address will not be published.