oom

ଜିଲ୍ଲା ଦଳିତ ବିକାଶ ମଞ୍ଚ ବଲାଙ୍ଗିର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱରତ୍ନ ବୋଧିସତ୍ତ୍ୱ ବାବାସାହେବ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ସ୍ଥାନୀୟ ଯାଦବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଧୀମାନ ନାଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଆମ୍ବେଦକରବାଦୀ ଧୀମାନ ଘନଶ୍ୟାମ ମହାନନ୍ଦ, ଗୋପବନ୍ଧୁ ଜଗଦଳା, ଲୋକନାଥ ସୁନା (କ), ଦଣ୍ଡୁଆ କୁମ୍ଭାର ପ୍ରମୁଖ ମଂଚାସୀନ ଥିଲେ । ମାନସିକତା ଓ ପ୍ରକୃତିର ପରିବର୍ତ୍ତନ ବିନା ସମାଜରେ ସମାନତା ଆସିବ ନାହିଁ ବୋଲି ଯୁବବକ୍ତା ଅଧ୍ୟାପକ ପ୍ରିୟବ୍ରତ ନାଗ ମତ ପୋଷଣ କରିଥିଲେ । କୁନି ବକ୍ତା ଅରବିନ୍ ମୋଜେସ ତାଣ୍ଡି ଇଂରାଜୀରେ ବକ୍ତବ୍ୟ ଦେଇ ସମସ୍ତଙ୍କୁ ବିମୋହିତ କରିଥିଲେ । ସମ୍ପାଦକ ଧୀମାନ ଭୁବନ ନାଗ ଅନୁଷ୍ଠାନର ପ୍ରଗତି ଉପରେ ଆଲୋକପାତ କରି ଅତୀତରେ ଅନୁଷ୍ଠାନ ତରଫରୁ ଆୟୋଜିତ ବୃକ୍ଷ ରୋପଣ ଓ ଆମ୍ବେଦକର ଭବନ ନିର୍ମାଣ ପାଇଁ ହୋଇଥିବା ଭିତ୍ତି ସ୍ଥାପନ ଉପରେ ବିବରଣୀ ଉପସ୍ଥାପନା କରିଥିଲେ । ସୁଶ୍ରୀ ପ୍ରିୟାଂଶି ମହାନନ୍ଦ ସ୍ୱାଗତ ସଂଗୀତ ଗାଇଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସନ୍ତୋଷିନୀ ବାରିକ, ପ୍ରିୟଙ୍କା, ସୋନାଲି, ତ୍ରିଶା ଗୀତନୃତ୍ୟ ପରିବେଷଣ କରିଥିଲେ । ବରିଷ୍ଠ ସଭ୍ୟ ଲୋକନାଥ ସୁନା (ଖ) ସ୍ୱାଗତ କରିଥିବା ବେଳେ ବୀରେନ୍ଦ୍ର ରାଏ ଧନ୍ୟବାଦ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମଟିକୁ କବି ନେପାଳ ବାଗ ସଂଯୋଜନା କରିଥିବା ବେଳେ ଧୀମାନ ଯୁଗଲାଲ ଜଗଦଳା ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଏ ଅବସରରେ ଧି. ମହେନ୍ଦ୍ର ନାଗ, ରଘୁନାଥ ବାଗ, ଲଳିତ ମୋହନ ଦୀପ ଓ ରାମଚନ୍ଦ୍ର ଦୀପ ଅନୁଷ୍ଠାନର କାର୍ଯ୍ୟଧାରାରେ ମୁଗ୍ଧ ହୋଇ ସଦସ୍ୟତା ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ବିପିନ ନନ୍ଦ, ମୁରଲୀଧର ସୁନା, ଡାକ୍ତର ଶରତ କୁମାର ନାଗ, ଭୀମସେନ ବାଗ, ବୃନ୍ଦାବନ ନାଗ, କଳିଙ୍ଗ ସୁନା, ନୀଳକଣ୍ଠ ସୁନା, ମହେନ୍ଦ୍ର ଜାଲ, ରୁପାଲୀ ମହାନନ୍ଦ, ରୁକ୍ମିଣୀ ବାଗ ତଥା ଅନୁଷ୍ଠାନର ସମସ୍ତେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.