
- ଜୁନିଅର ରେଡକ୍ରସ ୟୁନିଟତ ଗଠିତ
ଉଲୁଣ୍ଡା, (କେପିଏନ୍ଏସ୍) : ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଇରାଝୁଲି ଉଚ୍ଚ ପ୍ରାଥମିକ ସ୍କୁଲରେ କୋଭିିଡ ଗାଇଡଲାଇନ ଅନୁପାଳନ କରି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ମହାପୁରୁଷ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ୱେବିନାର ମାଧ୍ୟମରେ ପ୍ରଧାନଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଅଧ୍ୟକ୍ଷତାରେ ସ୍କୁଲର ଜୁନିଅର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି । ଜୁନିଅର ରେଡକ୍ରସ ପରାମର୍ଶଦାତା ହୃଷିକେଶ ଚାନ୍ଦ ୱେବିନାରକୁ ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଯୋଗଦାନ କରି ଉକ୍ତ ବିଦ୍ୟାଳୟର ୨୦୨୦-୨୧ ଶିକ୍ଷାବର୍ଷର ଜୁନିଅର ରେଡକ୍ରସ ୟୁନିଟକୁ ବିଧିବଦ୍ଧ ଭାବରେ ଗଠିତ ହୋଇଥିବାର ଘୋଷଣା କରିଥିଲେ । ଗାନ୍ଧୀଜୀ, ଶାସ୍ତ୍ରୀଜୀଙ୍କ ଏବଂ ରେଡକ୍ରସର ପ୍ରତିଷ୍ଠାତା ଜନ୍ ହେନେରୀ ଡୁନାଂଟଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ ଏବଂ ବିଶ୍ୱରେ ମାନବ ସମାଜର ବିଭିନ୍ନ ସାଂସ୍କୃତିକ ଅଭିବୃଦ୍ଧିର ସକାରାତ୍ମକ ଦିଗ ବିଷୟରେ ମତବ୍ୟକ୍ତ କରିଥିଲେ । ଅତିଥି ବୃନ୍ଦ ୱେବିନାରରେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ରେଡକ୍ରସର ସପ୍ତନୀତି, ଜୁନିଅର ରେଡକ୍ରସର ଲକ୍ଷ, ଉଦ୍ଦେଶ୍ୟ, ସମାଜ ସଂଗଠନ ମୂଳକ କାର୍ଯ୍ୟକ୍ରମ ଏବଂ ଆନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରାଯାଇଥିବା ଜୀବନ ସୁରକ୍ଷା କୌଶଳ ଏବଂ ମାନବୀୟ ମୂଲ୍ୟବୋଧର ବାର୍ତା ବିଷୟରେ ମାର୍ଗଦର୍ଶନ କରିଥିଲେ । ଜୁନିଅର ରେଡକ୍ରସ ୟୁନିଟକୁ ସଂଜୟ ମେଣ୍ଡିଲି-ଚେୟାରମ୍ୟାନ, ପ୍ରତିଭା ପଧାନ-ଭାଇସଚେୟାରମେନ, ମୌସୁମୀ ପଣ୍ଡା-ସଂପାଦିକା, ଦୀପକ ପଧାନ-ସହସଂପାଦକ, କମାଣ୍ଡର-ମଦନ ସୁନ୍ଦର ଜଗଦଲା, ଭାଇସକମାଣ୍ଡର-ସମୀକ୍ଷାରାଣୀ ଗାଇଗରିଆ ମନୋନୀତ ହୋଇଥିଲେ । ଏଥି ସହିତ କମିଟିକୁ ୨ଜଣ, ୟୁନିଟର ବିଭିନ୍ନ ଦଳ, ସ୍ୱାସ୍ଥ୍ୟ, ସମାଜିକ ସେବା, ସାଂସ୍କୃତିକ, ପାଣ୍ଠି ସଂଗ୍ରହ ଏବଂ ବିଶ୍ୱ ବନ୍ଧୁତା ଦଳକୁ ୨୬ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ । ଆଗାମୀ ଶୀତ ଦିନରେ ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ କ୍ୟାମ୍ପ ଅନୁଷ୍ଠିତ କରିବାକୁ ସାମୁହିକ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ପଧାନ, ବିଭିଷଣ ଧରୁଆ, ଚୈତନ୍ୟ ଜଗଦଲା, ଅଭିଭାବକ, ପରିଚାଳନା କମିଟି ଓ ମୋ ସ୍କୁଲ ଅଭିଜାନ କମିଟିର ସଦସ୍ୟମାନେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଶିକ୍ଷକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।