oom

ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

jsmm

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ହସ ଉଲ୍ଲାସରେ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ସାଧନ ସଂଯୋଜକ ସିନାପାଲି ପ୍ରଭାତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସିନାପାଲି ତହସିଲଦାର ସୁଶ୍ରୀ ଉପାଞ୍ଜଳୀ ମାଝି ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବରେ ସିନାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ସିନାପାଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଏ. ବି ଡୁଙ୍ଗ ଡୁଙ୍ଗ, ଘଣ୍ଟିଗୁଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟବାନ୍ ମେହେର ଯୋଗଦେଇଥିଲେ । ଅତିଥି ବୃନ୍ଦ ଉପସ୍ଥିତ ରହି ସର୍ବ ପ୍ରଥମେ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ଧୂପ ଜାଳି ପୂଜାର୍ଚ୍ଚନା କରିଥିଲେ । ପରେ ତହସିଲଦାର ମାଝି ସୁବର୍ଣ୍ଣ ଜୟନ୍ତୀ ସ୍ତମ୍ଭ ଉଦ୍‌ଘାଟିତ କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସରଧାପୁର ପ୍ରାଥମିକ ବିଦ୍ୟାଳୟର ସମାଜରେ ଅତୁଳନୀୟ ଭୂମିକା ନିର୍ବାହ କରୁଥିବା ବେଳେ ଏଭଳି ଉତ୍ତମ ଶିକ୍ଷା ଦ୍ୱାରା ହିଁ ବ୍ୟକ୍ତି ଚେତନାର ବିକାଶ ଘଟେ ବୋଲି ସାମୁହିକ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ପ୍ରଭାତ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଥମେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଉକ୍ତ ବିଦ୍ୟାଳୟର ଶିକ୍ଷକ ହରେଶ ମେହେର ବିବରଣୀ ପଠନ କରିଥିଲେ । ମଂଚରେ ବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ପରିଚାଳନା ସମିତିକୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନାଚଗୀତ ଲୋକଙ୍କ ମନ ମୋହିଥିଲା । ଏଅବସରରେ କୃତି ଛାତ୍ରଛାତ୍ରୀ ଓ ମା’ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ପରିଚାଳନା ସମିତି, ବର୍ତ୍ତମାନର ଶିକ୍ଷକ ବିକ୍ରମ ଗହିର, ଆୟୁବ ଖାନ, କେଶ୍ରମଣି ଜଗତ, ଶ୍ରୀମତୀ ଜ୍ୟୋସ୍ନାମୟୀ ମେହେର, କମିଟିର ସଭାପତି ପଦ୍ମନାଭ ଗହିର ଉପସ୍ଥିତ ଥିଲେ । ପୁରାତନ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ସହସ୍ରାଧିକ ଶୁଭେଚ୍ଛୁ ଓ ଅଭିଭାବକଙ୍କ ସମାଗମ ହୋଇଥିଲା ।

jittmm
Leave A Reply

Your email address will not be published.