jayashree

ସିନାପାଲି ଶିଶୁ ମନ୍ଦିରର ରଜତ ଜୟନ୍ତୀ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ଉତ୍ସବର ଦ୍ୱିତୀୟ ସାଂସ୍କୃତିକ ସଭାରେ ପାଳନ କମିଟି ସଭାପତି ନନ୍ଦ କୁମାର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମୁଖ୍ୟବକ୍ତା ଭାବରେ ସୁସାହିତ୍ୟିକ ତଥା ବିଶିଷ୍ଟ ଗବେଷକ ପରମେଶ୍ୱର ମୁଣ୍ତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ଲମ୍ୱୋଦର ନିଆଲ, ଭା.ଜ.ପା. ଜିଲ୍ଲା ସଭାପତି ସୁବ୍ରତ ଠାକୁର, ସରପଞ୍ଚ ସୁନିତା ମେହେର, ଡବ୍ଲୁଓଡିସି ସଦସ୍ୟା ମନ୍ଦାକିନୀ ବଘେଲ, ବଣିକ ସଂଘ ସଭାପତି ପ୍ରଦୀପ କୁମାର ଜୈନ ଉପସ୍ଥିତ ଥିଲେ । ଏହି ଅବସରରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଶିଶୁମନ୍ଦିର ସମାଜରେ ଅତୁଳନୀୟ ଭୂମିକା ନିର୍ବାହ କରୁଥିବା ବେଳେ ଏଭଳି ଉତ୍ତମ ଶିକ୍ଷା ଦ୍ୱାରା ହିଁ ବ୍ୟକ୍ତି ଚେତନାର ବିକାଶ ଘଟେ ବୋଲି ସାମୁହିକ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ରୂପେଶ ଚଂଦ୍ର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଂଶୀଧର ଜଗତ ଓ ଦୀପକ ସା ବନ୍ଦନା ଗାନ କରିଥିଲେ । ମାତୄ ଭାରତୀର ମାଆମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ମଂଚାସୀନ ଜୟନ୍ତୀ କମିଟିର ସଂପାଦକ ଅତୁଳ ପାତ୍ର ବିବରଣୀ ପଠନ କରିଥିଲେ । ମଂଚରେ ବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ପରିଚାଳନା ସମିତିକୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିବା ବେଳେ ଏହାକୁ ମନମୋହନ ପଣ୍ତା ପରିଚାଳନା କରିଥିଲେ । ପୂର୍ବତନ ଛାତ୍ରୀ ଲିପିକା ମେହେର ମାନପତ୍ର ପାଠ କରିଥିଲେ । ପୂଜା ସା ଏକକ କଣ୍ଠ ସଂଗୀତ ଗାନ କରିଥିଲେ । ଏ ଅବସରରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଦେବାଶିଷ ନାଏକ ପରିଚାଳନା କରିଥିଲେ । ଶେଷରେ ରଶ୍ମିପ୍ରଭା ମେହେର ଧନ୍ୟବାଦ ଦେଇଥିଲେ ଓ ଗଜେଂଦ୍ର ପଟେଲ ବନ୍ଦେ ମାତରମ୍ ଗାନ କରିଥିଲେ । ପୂର୍ବାହ୍ଣରେ ଏକ ସ୍ୱତନ୍ତ୍ର ସଭା ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ପରିଚାଳନା ସମିତି, ବର୍ତ୍ତମାନ ଓ ପୁରାତନ ଗୁରୁଜୀଗୁରୁମା, ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ସହସ୍ରାଧିକ ଶୁଭେଚ୍ଛୁଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.