ନବକୃଷ୍ଣ ଚୌଧୁରୀ ଓ ବୀରକିଶୋର ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଦାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ମଣିଷ ନବକୃଷ୍ଣ ଚୌଧୁରୀ ଓ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ଦ୍ବିବେଦୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉଭୟ ମନିଷୀଙ୍କ ଜୀବନୀ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଗାନ୍ଧୀବାଦୀ ଅନୁଚିନ୍ତନର ଚିନ୍ତା ଓ ଚେତନାକୁ ଜାଗରଣ କରିଥିବା ବିଶିଷ୍ଟ ଜନନାୟକ ନବକୃଷ୍ଣ ଚୌଧୁରୀ ଜଣେ ବିରଳ ବ୍ୟକ୍ତିତ୍ବ ଥିଲେ । ଯାହାଙ୍କ ଠାରେ ସମାଜବାଦ ଓ ସର୍ବୋଦୟର ସମନ୍ବୟ ଦେଖିବାକୁ ମିଳେ । ତାଙ୍କ ଶାସନ କାଳରେ ଜମିଜମା ସଂସ୍କାର ଆଇନ, ଭାଷା ଆଇନ, ଭାଗଚାଷୀ ଆଇନ, ଜମିଦାରୀ ପ୍ରଥା ଉଛେଦ ଆଇନ, ନିଶା ନିବାରଣ, ଶ୍ରୀମନ୍ଦିର ସଂସ୍କାର ଆଇନ ପ୍ରଚାଳନ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେହିପରି ଜାତୀୟ କବି ବୀରକିଶୋର ଦାସଙ୍କ କବିତା ସଂଗ୍ରାମୀଙ୍କ ମଧ୍ୟରେ ଦେଶ ଭକ୍ତି ମୂଳକ ଜାଗରଣ ସୃଷ୍ଟି କରିବାରେ ସଫଳ ବିନ୍ଧାଣି ହୋଇପାରିଥିଲେ । ତାଙ୍କ ରଚିତ କବିତାଗୁଡ଼ିକ ଥିଲା ବେଶ୍ ପ୍ରଭାବଶାଳୀ । ତାଙ୍କର ପ୍ରତିଟି କବିତା ସମସ୍ତଙ୍କ ମନରେ ଦେଶାତ୍ମବୋଧ ଭାବନା ସୃଷ୍ଟି କରିଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ରୁଦ୍ରପ୍ରତାପ ଲେଙ୍କା, ଡି ଭାବନା ଦୋରା, ତନିସ୍କା ପ୍ରିୟଦର୍ଶିନୀ ବସ୍ତିଆ, ପ୍ରତିଭା ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭାପତିତ୍ବ ଅଭିଭାଷଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦ୍ବିବେଦୀ ଅତିଥି ମାନଙ୍କ ପରିଚୟ ସହ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହୋଇ ପାରିବ ମତ ରଖିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାରାଣୀ ପଟେଲ, ରାଜଶ୍ରୀ ସାହୁ, ଶାଶ୍ବତୀ ପଣ୍ଡା, ରୋଜାଲିନ ଦାଶ, ସୁପ୍ରିୟା ତରାଇ, ମମତାରାଣୀ ସାମନ୍ତରାୟ, ସିପ୍ରା ସାହୁ, ଜିତେନ୍ଦ୍ରୀୟ ସାହୁ, ଦିବ୍ୟଲୋଚନ ପରିଡ଼ା, ମନୋଜ ସାହୁ, ମଞ୍ଜନ ଧାରୁଆ, ସରୋଜ କୁମାର ପ୍ରଧାନ, କ୍ରିଷ୍ଣାନନ୍ଦ ଦାସ, ଅରୁଣ ସାହୁ, ପ୍ରଶାନ୍ତ ପଣ୍ଡା, ମୁଗ୍ଧାରାଣୀ ସାମଲ, ଆଲବିନସ ଖାଲକୋ, ଅଶୋକ ନାୟକ, ରୀନା ବେହେରା, ସୈ।ଦାମିନୀ ମହନ୍ତ, ଗୀତାରାଣୀ ପାଣିଗ୍ରାହୀ, ପୁଷ୍ପା ଏକ୍କା, ପଦ୍ମାବତୀ ସା, ଶ୍ବେତାଂଶୁ ଶେଖର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.