oom

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଦୁର୍ଗାମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ମାଣ୍ଡୋସିଲ ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଝାରବନ୍ଧ ମଣ୍ଡଳ ଜିଲ୍ଲା ପ୍ରତିନିଧି ଡା. ଲମ୍ବୋଦର ପଣ୍ଡା, ସମ୍ମାନିତ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଜାମସେଠ ପୂର୍ବତନ ସରପଞ୍ଚ ଜୟସିଂହ ମାଝୀ, ଗଜାନନ ପଟେଲ, ବରତୁଣ୍ଡା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର । ପ୍ରଥମେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମାଣ୍ଡୋସିଲ ମଣ୍ଡଳ ସଭାପତି ସଞ୍ଜୟ ବେହେରା ପରିଚୟ ପ୍ରଦାନ କରିଥିବା ବେଳେ ସଭାକୁ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ଏସଟି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଲଲିତ ଜଗତ । ସମସ୍ତ ଅତିଥିମାନେ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ବିଷୟରେ ଉଲ୍ଲେଖପାତ କରିଥିଲେ । ସଭାରେ ମଣ୍ଡଳ ସାଧାରଣ ସମ୍ପାଦକ ଲବାନ ରଣା, ନରୋତ୍ତମ ଦାସ, ସୁବାସ ଚନ୍ଦ୍ର ହଂସ, ଚନ୍ଦ୍ର ମାଝୀ, ସତ୍ୟାନନ୍ଦ ବୁଡେକ, କୈଲାସ ଦାସ, ମଙ୍ଗନ ବରିହା, ଗୋବିନ୍ଦ ବନଛୋର, ଦୁର୍ୟ୍ୟୋଧନ ପୁଟା, ଗିରୀଶ ଚନ୍ଦ୍ର ରଣା, କୁଳମଣୀ ବେହେରା, ବାବୁଲାଲ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.