ଜଗତଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ତମ ଜୟନ୍ତୀ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ ରାଉରକେଲା ଶାଖା ଆନୁକୂଲ୍ୟରେ ଜଗତଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ତମ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସାଧାରଣ ସଂପାଦକ ରବିନ୍ଦ୍ର କୁମାର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ଏନଆଇଟିର ପ୍ରଫେସର କାନନ ବରାଦ ମହାନ୍ତି, ଅଜିତ ପୂଜାରୀ, ସୁରେନ୍ଦ୍ର ବେହେରା, ଦିଗମ୍ବର ପାଢୀ ପ୍ରମୁଖ ସ୍ୱାମୀଜୀଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । କବିବର ସାହୁ, ରାଜେନ୍ଦ୍ର ନାରାୟଣ ହୋତା, ବିଜୟାନନ୍ଦ ଅଗ୍ରୱାଲ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ସ୍ୱାମୀଜୀଙ୍କ ପ୍ରଦତ୍ତ ଯୋଗସାଧନା ଓ ସେବା ଉପରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ୱାମୀ ବ୍ରହ୍ମସାକ୍ଷାତକାର ନନ୍ଦ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆଶୀର୍ବଚନ ପ୍ରଦାନ କରି କହିଲେ ଯେ, ସ୍ୱାମୀ ଶିବାନନ୍ଦଙ୍କ ଭାଷାରେ ସ୍ୱାମୀ ଚିଦାନନ୍ଦ ହେଉଛନ୍ତି ଆଧ୍ୟାତ୍ମିକ ଦିବ୍ୟଜ୍ୟୋତିର ପ୍ରତୀକ । ଅନେକ ସମୟରେ ଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜ ମଧ୍ୟ ଚିଦାନନ୍ଦଙ୍କୁ ନିଜର ଗୁରୁ ବୋଲି ଭାବି ଯଥେଷ୍ଟ ସମ୍ମାନ ଦେଉଥିଲେ । ଏହି ଅବସରରେ ପାଦୁକାପୂଜା, ଶାନ୍ତି ପାଠ, ପୁରୁଷ ସ୍ୱକ୍ରମ, ନାରାୟଣ ସ୍ୱକ୍ରମ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ ସହ ସ୍ୱାମୀ ଚିଦାନନ୍ଦ ଅଷ୍ଟୋତ୍ତର ନାମାବଳୀ ଉଚ୍ଚାରଣ ପୂର୍ବକ ତାଙ୍କ ପାଦପଦ୍ମରେ ଅକ୍ଷତ ଓ ପୁଷ୍ପ ଅର୍ପଣ କରାଯାଇଥିଲା । ଆରତୀ, ପୁଷ୍ପାଞ୍ଜଳି, ମଂଗଳା ଚରଣ ସହ ଜୟ ଗଣେଶ କୀର୍ତ୍ତନ ତଥା ବିଭିନ୍ନ ଦେବାଦେବୀଙ୍କୁ ପ୍ରାର୍ଥନା କରାଯାଇଥିଲା । ଭଜନ କୀର୍ତ୍ତନ ସହ ସ୍ୱାମୀଜୀଙ୍କର ଜୀବନ ଓ ସମାଜକୁ ଦେଇଥିବା ନୀତିଶିକ୍ଷା ଉପରେ ଭକ୍ତମାନେ ଆଲୋକପାତ କରିଥିଲେ । ସାଧାରଣ ସଂପାଦକ ଶ୍ରୀ ବେହେରା ସମସ୍ତ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ଜଣାଇବା ସହ ମହାପୁରୁଷ ସନ୍ଥମାନଙ୍କ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ମହୋତ୍ସବରେ ସର୍ବଶ୍ରୀ ପାଣ୍ଡବ ବେହେରା, କାର୍ତ୍ତିକ ଚନ୍ଦ୍ର ବରାଳ, ନିରଞ୍ଜନ ତ୍ରିପାଠୀ, ରୁଦ୍ରନାରାୟଣ ତ୍ରିପାଠୀ, ନୃସିଂହଚରଣ ମହନ୍ତ, ଉମେଶ ଚନ୍ଦ୍ର ପୃଷ୍ଟି, ରବିନାରାୟଣ ପଟ୍ଟନାୟକ, ବ୍ରଜକିଶୋର ପାଣି, ହରିହର ବେହେରା, ନରେଶ ଚନ୍ଦ୍ର ପଲେଇ, କାଳନ୍ଦୀ ବାରିକ, ସୁରେନ୍ଦ୍ର ବେହେରା, ନୟନ ସାହୁ, ବିଶ୍ବମୋହନ ସାହୁ, କେଦାର ବେହେରା, ଅମୂଲ୍ୟ ବିଶ୍ବାଳ, ଚିନ୍ମୟ ଦାସ, ଶରତ କୁମାର ଧୀର, ବିଜୟ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ବାମୀଜୀଙ୍କ ୧୦୫ତମ ଜୟନ୍ତୀ ଉପଲକ୍ଷେ ୧୦୫ଟି ଦ୍ବୀପ ପ୍ରଜ୍ଜ୍ଵଳନ କରାଯାଇ ଓଁ ନମୋ ଭଗବତେ ଚିଦାନନ୍ଦାୟ ଗାନ କରାଯାଇଥିଲା । ସଂଘର ସଭାପତି ସୁଶିଲ କୁମାର ମିଶ୍ର ସଭାପତିତ୍ବ ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.