jayashree

ଟିଟିଲାଗଡ ସାହିତ୍ୟ ସଂସ୍କୃତି ପକ୍ଷରୁ ସ୍ୱାଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସାହିତ୍ୟ ସଂସ୍କୁତି ପକ୍ଷରୁ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳେ ଗଙ୍ଗାଧରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଡ଼ ଛାୟାକାନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ସଭା କାର୍ଯ୍ୟକ୍ରମରେ ଗ୍ରାଫଇଟ ଇଣ୍ଡିଆ ଲିମିଟେଡ଼, ପାଓମେକ୍ସ ଷ୍ଟିଲ ଡିଭିଜନର ସହକାରୀ ପ୍ରବନ୍ଧକ ଡ. ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଏବଂ ମଦନପୁର – ରାମପୁରର ବିଶିଷ୍ଟ ସାହିତ୍ୟିକ ପଦ୍ମଲୋଚନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ନିଜ ଗୁଣ ଏବଂ ବ୍ୟକ୍ତିତ୍ୱ ପାଇଁ ଗଙ୍ଗାଧର ମେହେର ସବୁଠାରୁ ଅଧିକ ପୂଜ୍ୟ ପୂଜାର ସମ୍ମାନ ପାଉଥିବା କବି ବୋଲି ବକ୍ତାମାନେ ମତ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ସତ୍ୟବ୍ରତ ପଣ୍ଡା ସମ୍ପାଦକୀୟ ଭାଷଣ ପ୍ରଦାନ କରିଥିଲେ । ଉମେଶ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଜଗନ୍ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସଦସ୍ୟ ରାଜୀବ ଲୋଚନ ପାଢ଼ୀ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ଏହି ଅବସରରେ ସେବକ ଚରଣ ଦାଶଙ୍କ ପୁସ୍ତକ ସିଲି ଉନ୍ମୋଚନ ହୋଇଥିଲା । ଏହି ପୁସ୍ତକର ସମୀକ୍ଷା ଜ୍ୟୋତି ପ୍ରକାଶ ଗଡ଼ତ୍ୟା କରିଥିଲେ । ଅନୁଷ୍ଠାନର ସଦସ୍ୟ ପ୍ରମୋଦ ପାଲ, ବ୍ରହ୍ମାନନ୍ଦ ପୁହାଣ, ଅନିରୁଦ୍ଧ ସାହୁ, ଶର୍ମିଷ୍ଠା ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.