jayashree

କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

  • ଗଙ୍ଗାଧର ସାହିତ୍ୟରେ ସବୁ ବିଭବ ରହିଛି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପ୍ରାକ ସୁବର୍ଣ୍ଣ ଜୟନ୍ତୀ କ୍ରମରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସହ ପ୍ରାକ୍ ସୁବର୍ଣ୍ଣ ଜୟନ୍ତୀ ବର୍ଷ ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଉକ୍ତ ସଭାରେ ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଆକାଶବାଣୀର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ବିଶିଷ୍ଟ କବି ଭାଗିରଥି ମିଶ୍ର, ମୁଖ୍ୟବକ୍ତା ଭାବେ ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା କବି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ରାଜେନ୍ଦ୍ର କୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ଓ ଏ ଏସ୍‌ ଧିରୋଜ କୁମାର ପାତ୍ର ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତ କବିତା ଆସରରେ କଳାହାଣ୍ଡି, ବଲାଙ୍ଗିର ଆଦିଠାରୁ ବିଶିଷ୍ଟ କବିମାନେ ନିଜ ସ୍ୱରଚିତ କବିତା ପଠନ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଉପକୃତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲେ । ଏହି ସବୁ କାର୍ଯ୍ୟକ୍ରମକୁ ସମ୍ପାଦକ ହେମନ୍ତ ସାହୁ ପରିଚାଳନା କରିଥିବା ବେଳେ କବୟିତ୍ରୀ ସରସ୍ଵତୀ ମିଶ୍ର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ପରମାନନ୍ଦ ବିଶି, ପବନ ମହାଳିକ, ସୁଶାନ୍ତ ମିଶ୍ର, ରାକେଶ ଶତପଥୀ, ରିତେଶ ଶତପଥୀ, ନିରଞ୍ଜନ ମହାରଣା, କିଶୋର ଚନ୍ଦ୍ର ତ୍ରିପାଠୀ, ଅକ୍ଷୟ ତ୍ରିପାଠୀ, ତଥା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ କର୍ମଚାରୀ ତଥା ସଂସଦର ସଭ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.