oom

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଜୟ ଜବାନ ଜୟ କିଷାନ କାର୍ଯ୍ୟକ୍ରମ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଜୟ ଯବାନ ଓ ଜୟ କିଷାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶ ମାତୃକାର ସେବା କରିବା ସହ ଦେଶକୁ ସୁରକ୍ଷା କରୁଥିବା ଜବାନ ଓ କଠିନ ପରିଶ୍ରମ କରି ମୁଣ୍ଡ ଝାଲ ତୁଣ୍ଡରେ ମାରି ଦୁନିଆକୁ ଆହାର ଯୋଗାଉଥିବା କୃଷକ ତଥା କିଷାନ ଅନ୍ନଦାତାମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଜୀବନ କାମନା ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରିଥିଲେ । ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପି ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ରାଜ୍ୟ ଯୁବ ମୋର୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧକ୍ଷା ମୁକ୍ତା ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ଭୋଇ, ରାଜ୍ୟ ଯୁବମୋର୍ଚା ସମ୍ପାଦକ ପ୍ରିତେଶ ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାସ, ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର, ଗୋବର୍ଦ୍ଧନ ଅଗ୍ରୱାଲ, କୁଶ କୁମ୍ଭାର, ଜିଲ୍ଲା କୃଷକ ମୋର୍ଚା ମିଡ଼ିଆ ସେଲ ନୀଳାଞ୍ଚଳ ଦରୁଆନ ଓ ସମସ୍ତ ନେତୃ ମଣ୍ଡଳୀଙ୍କ ସହିତ ବରଗଡ ଜିଲ୍ଲାର ଯବାନ ଓ କିଷାନ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.