oom

ଖପ୍ରାଖୋଲ ପବିତ୍ର ପୀଠ ହରିଶଙ୍କର ଠାରେ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ବୈଠକ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଟି.ଆର.ସି. ବିଲଡିଂ ଠାରେ ବଲା‌ଙ୍ଗିର ଜୟ କିଷାନ ଆନ୍ଦୋଳନର ଆବାହକ ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କୁନି ଚାଷୀ ସୋମ ବନଛୋର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ କୃଷି ଓ କୃଷକ ଶୋଷଣ ନୀତିକୁ ବିରୋଧ, କୃଷିକୁ କମ୍ପାନୀକରଣ ବିରୋଧ, ୨୦୨୦ କୃଷି ଆଇନ ତିନିଟିକୁ ପ୍ରତ୍ୟାହାର, ଏମ.ଏସ.ପି.କୁ ଆଇନଗତ ମାନ୍ୟତା ଓ ସୁରକ୍ଷା, ପାରମ୍ପରିକ ଚାଷକୁ ଗୁରୁତ୍ୱ ପ୍ରଦାନ, ଚାଷୀର ଉତ୍ପାଦନ ଦ୍ରବ୍ୟକୁ ଉଚିତ ମୂଲ୍ୟ, ଚାଷୀକୁ ସମ୍ମାନ, ଚାଷୀକୁ ଭତ୍ତା ପ୍ରଦାନ, ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ ଦାବୀ ତଥା ଅଞ୍ଚଳର ତୃଣମୂଳ ସ୍‌ସ୍ତରରୁ ଲାଗିରହିଥିବା କୃଷି ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହ ତାର ସମାଧାନ ବିଷୟରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକରେ ସଂଗଠନକୁ ତୃଣ ସ୍ତରରୁ ମଜବୁତ କରିବାକୁ ଆହ୍ୱାନ ସହ କୃଷି ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଦାବୀରେ ଜିଲ୍ଲାପାଳ କାର୍ୟ୍ୟାଳୟ ଘେରାଓ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା କୃଷକ ସଂମନ୍ଵୟ ସମିତିର ଆବାହକ ରମେଶ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅଶୋକ ସାହୁ , ପୂର୍ଣ ଚନ୍ଦ୍ର ବିଶ୍ୱାଳ, ସୌରୀ କୁମାର ସାହୁ, ଜୟ କିଷାନ ଆନ୍ଦୋଳନ ର ମୁଖପାତ୍ର ଗିରିଧାରୀ ଭୋଇ, ବ୍ୟାସଦେବ ଥନାପତି ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଜିର ସଭାକୁ ସୌରୀ କୁମାର ସାହୁ ସଂଚାଳନ କରିଥିବାବେଳେ ଟିକେଶ୍ୱର ଧରୁଆ, ଇନ୍ଦ୍ରମଣି ସାହୁ, ରାଜକିଶୋର ଛାତ୍ରୀଆ, ସଞ୍ଜୀବ ଶର୍ମା, ନାଗ, ବିଶ୍ୱଜିତ ପଧାନ, ଧର୍ମରାଜ ବରିହା, ଯଶୋବନ୍ତ ବରିହା, ପାଣ୍ଡବ ବରିହା, କୈଳାଶ ବାରିକ, ପ୍ରଶାନ୍ତ ପ୍ରଧାନ, ସୁରେଶ ପଣ୍ଡା, ଗଜରାଜ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଜାନୁଆରୀ ୨୬ରେ ଜୟ କିଷାନ ଆନ୍ଦୋଳନ ତରଫରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ ତଥା ଟ୍ରାକ୍ଟର ରେଲି କରିବାର ନିଷ୍ପତି ନିଆଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.