ଅଭାବନୀୟ ଘଟଣା : ଯାତ୍ରାବାହୀ ବସ୍ ନାୟକ‌କୁ ଜାଳିଦେଲେ ଦୁର୍ବୃତ୍ତ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡ଼ା ଫେରୀ ଘାଟ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ନାୟକ ନାମକ ଯାତ୍ରାବାହୀ ବସ୍‌ଟି ପ୍ରତ୍ୟହ ଭୁବନେଶ୍ୱରରୁ ଚାନ୍ଦବାଲି ଦେଇ ବାଂଶଡ଼ା ଫେରି ଘାଟ ନିକଟରେ ରାତ୍ରୀ ଯାପନ କରିଥାଏ । ତେବେ ବୁଧବାର ଦିନ ସବୁଦିନ ଭଳି ନିଜର ଯାତ୍ରା ସାରି ଫେରି ଘାଟି ନିକଟରେ ରହିଥିଲା । ବସ ଭିତରେ ଉଭୟ ଡ୍ରାଇଭର ଓ କଣ୍ଡକ୍ଟର ଶୋଇଥିଲେ । ହେଲେ କିଛି ଦୁର୍ବୃତ୍ତ ଆସି ବସ୍‌ରେ ନିଆଁ ଲଗାଇଦେଇଥିଲା । ବସ୍‌ରେ ନିଆଁ ଲାଗିବା ଦେଖି ଡ୍ରାଇଭର ଓ କଣ୍ଟକ୍ଟର ବସ୍‌ରକାଚ ଭାଙ୍ଗି ବାହାରକୁ ଡେଇଁ ପଲେଇ ଆସିଥିଲେ । କିନ୍ତୁ ବସ୍‌ଟି ନିଆଁରେ ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ବସ୍‌ କର୍ମଚାରୀ ଅଗ୍ନିଶମ ବାହିନୀକୁ ତୁରନ୍ତ ଏନେଇ ଖବର ଦେଇଥିଲେ, ହେଲେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.