ବରଗଡ, (ମୁନ୍ନା ସାହୁ) : ବରଗଡ଼ ଚକରକେନ୍ଦ ଛକରେ ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା କାର । ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ସୂଚନା ଅନୁସାରେ ବରଗଡ଼ ବ୍ଲକ ଚକରକେନ୍ଦ୍ ଛକରେ ଗୁରୁବାର ସନ୍ଧ୍ୟା ସମୟରେ ଏକ କାର ହୁତୁ ହୁତୁ ହୋଇ ଜଳିଗଲା । ସୋହେଲାରୁ ସମ୍ବଲପୁର ପଟକୁ ଯାଉଥିବା ଏକ ଚଳନ୍ତା କାରରେ ଧୂଆଁ ବାହାରି ଥିବାରୁ ଗାଡି ଚାଲକ ସମେତ କାରରେ ଥିବା ଦୁଇଜଣ ବ୍ୟକ୍ତି ତଳକୁ ଆହ୍ଲାଇ ଯାଇଥିଲେ । ତାର କିଛି ସେକେଣ୍ଡ ମଧ୍ୟରେ ହୁତୁ ହୁତୁ ହୋଇ କାରଟି ଜଳିଯାଇଥିଲା । ତେବେ କେଉଁ କାରଣରୁ କାର ଜାଳିଥିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ସଟ ସର୍କିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି ।