oom

ବରଗଡରୁ ସିଧାସଳଖ ପ୍ରୟାଗରାଜକୁ ଟ୍ରେନ ଚଳାଚଳ ପାଇଁ ସାଂସଦଙ୍କ ପାଖରେ ଦାବି ରଖିଲା ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବରଗଡରୁ ସିଧାସଳଖ ପ୍ରୟାଗରାଜକୁ ଟ୍ରେନ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ରବି ପଣ୍ଡା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀ ପୁରୋହିତଙ୍କୁ ଏହି ଟ୍ରେନ ଚଳାଚଳ ପାଇଁ ଦାବି କରିଥିଲେ । ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦେବ ଭୂମି ପ୍ରୟାଗ ରାଜକୁ ଟ୍ରେନ ଚଳାଚଳ ପାଇଁ ଯେଉଁ ଆଧ୍ୟାତ୍ମିକ ମହତ୍ତ୍ଵ ରହିଛି ତାହା ଉଲ୍ଲେଖ କରିବା ସହ ଗଙ୍ଗା, ଯମୁନା, ସରସ୍ଵତୀଙ୍କ ମହମିଲାନ ସ୍ଥଳ ବର୍ତ୍ତମାନର ପ୍ରୟାଗ ରାଜ ତଥା ଅତୀତର ଏଲ୍ଲାହବାଦ ହିନ୍ଦୁମାନଙ୍କର ପବିତ୍ର ଧର୍ମ ସ୍ଥଳ ଅଟେ । ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପବିତ୍ର ସଙ୍ଗମ ସ୍ଥଳୀରେ ଅସ୍ଥି ବିସର୍ଜନ ପାଇଁ ସବୁବେଳେ ଯାତାୟାତ କରି ଥାଆନ୍ତି । ତେଣୁ ସେମାନଙ୍କୁ ସବୁବେଳେ ସମ୍ବଲପୁର ଝାରସୁଗୁଡ଼ା ନହେଲେ ରାୟପୁର, ବିଲାସପୁର, କଟନି ଜଙ୍କସନ୍ ଉପରେ ଟ୍ରେନ ଧରିବା ପାଇଁ ନିର୍ଭରଶୀଳ ହେବାକୁ ପଡିଥାଏ । ଏହା ସମୟ ସାପେକ୍ଷ, ତଥା ଅସୁବିଧା ହେବା ସହ ଜନ ସାଧାରଣଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ତେଣୁ ବରଗଡ ରୋଡରୁ ବା ବରଗଡ ରୋଡ ଦେଇ ଦେବଭୂମି ପ୍ରୟାଗ ରାଜକୁ ସିଧା ସଳଖ ଟ୍ରେନ ଚଳାଚଳ ଆରମ୍ଭ ହେଲେ ଜନ ସାଧାରଣ ଙ୍କ ୬ ଘଣ୍ଟାରୁ ୮ ଘଣ୍ଟା ଯାତ୍ରା ସମୟ କମିବ, ଟ୍ରେନ ଚଳାଚଳ ଆରମ୍ଭ ହେଲେ ବେଶୀ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଗସ୍ତ କରିବା ଫଳରେ ପ୍ରୟାଗ ରାଜରେ ପର୍ଯ୍ୟଟନର ବିକାଶ ହେବା ସହ ସ୍ଥାନୀୟ ବ୍ୟବସାୟ ବଢ଼ିବ, ସିଧା ସଳଖ ଟ୍ରେନ ଚଳାଚଳ ବରିଷ୍ଠ ନାଗରିକ ମାନଙ୍କ ପାଇଁ ତଥା ସାଧାରଣ ନାଗରିକଙ୍କ ପାଇଁ ନିରାପଦ ଓ ସୁଖଦ ଯାତ୍ରା ଅନୁଭୂତି ଲାଭ କରିବେ, ସିଧା ସଳଖ ଟ୍ରେନ ଯୋଗାଯୋଗ ହେବା ଫଳରେ ବର୍ତ୍ତମାନ ଅନ୍ୟ ଷ୍ଟେସନରୁ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକରେ ଯାତ୍ରୀଙ୍କ ଯିବା ଆସିବାରେ ଅତ୍ୟଧିକ ଭିଡ କମିବ, ଏହି ଟ୍ରେନ ଚଳାଚଳ ଫଳରେ ରେଲୱେ ର ରାଜସ୍ୱ ଆଦାୟ ବଢ଼ିବ, ସିଧା ସଳଖ ଟ୍ରେନ ଚଳାଚଳ ଫଳରେ ପଶ୍ଚିମ ଓଡ଼ିଶା ବାସୀ ଓ ପ୍ରୟାଗ ରାଜ ବାସୀ ମଧ୍ୟରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କର ବଢ଼ିବ, ଏହି ସିଧାସଳଖ ଟ୍ରେନ ଚଳାଚଳ ପାଇଁ ରେଲୱେ ବିଭାଗକୁ ଅଧିକ ଭିତ୍ତିଭୂମିର ଅଭିବୃଦ୍ଧି ଲାଗିବ ନାହିଁ , କାରଣ ପୁରୁଣା ଭିତ୍ତିଭୂମିରେ ଟ୍ରେନ ଚଳାଚଳ କରିବ ବୋଲି ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି । ଜନ ସାଧାରଣଙ୍କ ଦୀର୍ଘ ଦିନରେ ଏହି ଦାବିକୁ ମାନନୀୟ ସାଂସଦ କେନ୍ଦ୍ର ରେଳମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ।

jittmm
Leave A Reply

Your email address will not be published.