ରାମେଶ୍ଵରମ ଅଭିମୁଖେ ଯାତ୍ରା କଲେ କଳାହାଣ୍ଡିର ୧୮୭ ବରିଷ୍ଠ ନାଗରିକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ରବିବାର କଳାହାଣ୍ଡି ଜିଲ୍ଲାରୁ ୫ ଗୋଟି ସ୍ୱତନ୍ତ୍ର ବସ ଯୋଗେ ୧୮୭ ଜଣ ବରିଷ୍ଠ ନାଗରିକ ରାମେଶ୍ଵରମ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଛନ୍ତି । ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ସ୍ୱତନ୍ତ୍ର ଟ୍ରେନ ଯୋଗେ ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମାଦୁରାଇ ଯାତ୍ରା କରି ଆସନ୍ତା ଡ଼ିସେମ୍ବର ୨୧ ତାରିଖରେ ଫେରିବେ ବୋଲି ପର୍ଯ୍ୟଟନ ବିଭାଗରୁ ସୂଚନା ମିଳିଛି । ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଉପନିର୍ଦ୍ଦେଶକ ସ୍ୱଳ୍ପ ସଞ୍ଚୟ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ୟୁଥ ଅଫିସର୍ ପ୍ରସନ୍ନ ମେହେର ଏବଂ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁବୋଧ ଛତ୍ରିଆ ଯୋଗଦେଇ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ପତାକା ଦେଖାଇ ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ । ତୀର୍ଥ ଯାତ୍ରୀ ମାନଙ୍କ ସହାୟତା ପାଇଁ ୬ ଜଣ ଏସ୍କର୍ଟ ଅଧିକାରୀ ସାଙ୍ଗରେ ଯାଇଛନ୍ତି ।

Leave A Reply

Your email address will not be published.