ବଲାଙ୍ଗିର, (କେପିଏନ୍ଏସ୍) : ତା.୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ବନାରସ, ଅଯୋଧ୍ୟା ଏବଂ ପ୍ରୟାଗରାଜ ତୀର୍ଥ ଯାତ୍ରା ନିମନ୍ତେ ଆଜି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଦସ୍ୟଗଣ ତାଙ୍କର ଧର୍ମପତ୍ନୀଙ୍କ ସହ ୨୦ ଜଣଯାତ୍ରୀ ବଲାଙ୍ଗିର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛନ୍ତି । ମଂଚର ସଦସ୍ୟମାନଙ୍କ ମଧ୍ୟରେ ବିନୟ କୁମାର ମିଶ୍ର, ନାରାୟଣ ପାଢି, ନିମାଇଁ ଚରଣ ମେହେର, ବିଶ୍ୱନାଥ ତ୍ରିପାଠୀ, ଚିତ୍ତ ରଂଜନ ପଟେଲ, ଜୟଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ନେଗୀ, ବିଜୟ କୁମାର କର, ହରେକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ନାଥ, ବ୍ରଜ କିଶୋର ପଣ୍ଡା, ରାଜେନ୍ଦ୍ର ସାହୁ, ବୁଦ୍ଧଦେବ ପ୍ରଧାନ ଏବଂ ପ୍ରସନ୍ନ କୁମାର ମହାପାତ୍ର ପ୍ରମୁଖ ଏକତ୍ର ଯାତ୍ରା କରିଛନ୍ତି । ଏହି ଯାତ୍ରୀ ବନ୍ଧୁବାନ୍ଧବୀମାନଙ୍କୁ ତାଙ୍କର ଶୁଭଯାତ୍ରାର କାମନା କରି ସଭାପତି ପ୍ରଭାକର ମିଶ୍ରଙ୍କ ସମେତ ସଂପାଦକ କପିଳେଶ୍ୱର ଖମାରୀ, ଉପସଭାପତିଦ୍ୱୟ ଅଶୋକ କୁମାର ଚାନ୍ଦ ଓ ହରେକୃଷ୍ଣ ମେହେର, ଚୁଡେନ୍ଦ୍ର କୁମାର ବେହେରା, ଅଶୋକ କୁମାର ମିଶ୍ର, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମେହେର, ଯୁଗ୍ମ ସମ୍ପାଦକ ଶିବ ଶଙ୍କର ରଥ, କାର୍ଯ୍ୟକାରୀ ସଦସ୍ୟ ଶ୍ରୀକାନ୍ତ ପାଣିଗ୍ରାହୀ, ପୂର୍ବତନ ଉପସଭାପତି ଏବଂ ସଭ୍ୟ ମଳୟ ଦିଶ୍ରୀ ପ୍ରମୁଖ ରେଳ ଷ୍ଟେସନରେ ଉପସ୍ଥିତ ରହି ସହଯୋଗ କରିଥିଲେ ।