ଆଜି ଜରାସିଂହା ବୁଢ଼ୀଆଈ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ଚର୍ଚ୍ଚିତ ଜରାସିଂହା ବୁଢ଼ୀଆଈ ଯାତ୍ରା ରୀତିନୀତି ଅନୁସାରେ ମଙ୍ଗଳବାର ଦିନ ସକାଳେ ପେଠା ବାବୁ ଭାବେ ଶଙ୍କର ସିଂ ବାବୁଙ୍କ ଦ୍ଵାରା ସେରନିବଟା ପର୍ବ ଶେଷ ହୋଇଥିଲା । ସନ୍ଧ୍ୟାରେ ସମସ୍ତ ଦେହେଲିଆଙ୍କୁ ଲାଟ୍ ବା ବସ୍ତ୍ର ବଣ୍ଟନ କରାଯାଇଥିଲା । ପରେ ତଲେଇ ବସା ପର୍ବ ହେବା ପରେ ଉପେନ୍ ପିଟା କରି ଦେବୀଙ୍କୁ ଭୋଗ ଅର୍ପଣ କରାଯାଇଥିଲା । ବୁଧବାର ଦିନ ସକାଳେ ଦେହେରୀଙ୍କ ସହ ଝାଙ୍କରଙ୍କୁ ବରଣ କରି ମନ୍ଦିରକୁ ଆଣିବା ପରେ ପ୍ରାୟ ୧୦ଟା ସମୟରେ ବୁଢ଼ୀଆଈ ଯାତ୍ରା ବା କାଦୋଯାତ୍ରା ହେବା ନେଇ ଜଣାପଡିଛି ।

Leave A Reply

Your email address will not be published.