ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଓମେକ୍ସ ଷ୍ଟିଲ ଡିଭିଜନକୁ ଶିଳ୍ପ ଅଧ୍ୟୟନ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପାଠ ସାଙ୍ଗକୁ ପ୍ରୟୋଗିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନିକଟସ୍ଥ ତୁର୍ଲା ଗ୍ରାମରେ ଅବସ୍ଥିତ ଥିବା ପାଓମେକ୍ସ ଷ୍ଟିଲ କାରଖାନାକୁ ଶିଳ୍ପ ଅଧ୍ୟୟନ ଯାତ୍ରାରେ ଛାତ୍ରଛାତ୍ରୀମାନେ ଯାଇଥିଲେ । ଏହି ଅବସରରେ କାରଖାନାର ଅଧିକାରୀମାନେ କମ୍ପାନୀର ପ୍ରତିଷ୍ଠା କେବେ କିପରି ହୋଇଥିଲା କହିବା ସହ କିଭଳି ଏବଂ କେଉଁ କେଉଁ ପ୍ରକାରର ଷ୍ଟିଲ ଉତ୍ପାଦନ ହେଉଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ଚାରିଆଡ଼େ ବୁଲାଇ ଦେଖାଇଥିଲେ । ଏହି ଅଧ୍ୟୟନ ଯାତ୍ରାରେ ଓମ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଅଧ୍ୟକ୍ଷ ଏମ୍‌ ନାଗେ ମାଲେଶ୍ୱର୍ ରାଓ, ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରତାପ ସାହୁ, କେମିଷ୍ଟ୍ରି ଅଧ୍ୟାପକ ଅଭିଳାଷ ମହାପାତ୍ର, ଇତିହାସ ବିଭାଗର ଶ୍ରୀମତୀ ସରିତା ମହାପାତ୍ର, ଅର୍ଥନୀତି ବିଭାଗର ଶ୍ରୀମତୀ ଏସ୍‌ କେ ହୁସନା ଆରା ବେଗମ୍ ଯାଇଥିଲେ । ସେଠାରେ ଥିବା ଅଧିକାରୀ ଛାତ୍ରଛାତ୍ରୀଙ୍କୁ କମ୍ପାନୀ ଭିତର ବୁଲାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ । ଏହିଭଳି ଅଧ୍ୟୟନ ଯାତ୍ରା କରିବା ଦ୍ୱାରା ଛାତ୍ରଛାତ୍ରୀମାନେ କିଭଳି କାର୍ଯ୍ୟ କରିବାକୁ ପଡେ ଜାଣିବା ସହ ପଢା ସାଙ୍ଗକୁ ନିଜର ଜ୍ଞାନ ଆହରଣ କରିବାରେ ମନୋବଳ ଦୃଢ଼ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି ।

Leave A Reply

Your email address will not be published.