
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ପିକ୍ ମେକେ ସଂଗଠନ ଦ୍ଵାରା ଏହାର ପ୍ରତିଷ୍ଠାତା ପଦ୍ମଶ୍ରୀ ଡ. କିରଣ ସେଠଙ୍କ ମାର୍ଗଦର୍ଶନରେ ଦେଶ ତଥା ବିଦେଶର ଛାତ୍ରଛାତ୍ରୀ ମାନଙ୍କୁ ଭାରତବର୍ଷର କଳା, ଐତିହ୍ୟ, ପରମ୍ପରା ସହ ପରିଚିତ କରିବା ନିମନ୍ତେ ଏକ କର୍ମଶାଳା ପ୍ରତିବର୍ଷ ଭାରତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଆସନ୍ତା ୨୦-୦୫-୨୦୨୪ରୁ ୨୬-୦୫-୨୦୨୪ ପର୍ଯ୍ୟନ୍ତ ଆଇଆଇଟି ମାଡ୍ରାସ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ପିକ୍ ମେକେର ନବମ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଭାବତୀ ପବ୍ଲିକ ସ୍କୁଲ ଟିଟିଲାଗଡ଼ର ୧୩ ଜଣ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟର ସସ୍ମିତା ଷଡ଼ଙ୍ଗୀ, ପ୍ରମୋଦ କୁମାର ସାହୁ ଏବଂ ସୁଶିଲ ମଲ୍ଲିକଙ୍କ ସହ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ସାତ ଦିନ ବ୍ୟାପି ହେବାକୁ ଥିବା କର୍ମଶାଳାରେ ସେମାନେ ବିଭିନ୍ନ କଳା, ସଂସ୍କୃତି ଆଦି ବିଷୟରେ ଜ୍ଞାନ ଲାଭ ସହ ବିଭିନ୍ନ କଳା କ୍ଷେତ୍ରରେ ଖ୍ୟାତି ଲାଭ କରିଥିବା ଖ୍ୟାତିସମ୍ପନ୍ନ ଗୁରୁଜୀ ମାନଙ୍କ ସହ ପରିଚିତ ହେବାର ସୁଯୋଗ ପାଇବେ ।