ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମପଞ୍ଚାୟତରୁ ପୁରୁଷ ମହିଳା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଯାଇଛନ୍ତି । ଏହି ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପାଇଁ ଖାଦ୍ୟ, ପାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୁବିଧା କରାଯାଇଥିବା ଜଣା ପଡ଼ିଛି । ଏହାପରେ ଭୋଜନ କରି ରାତ୍ର ପ୍ରାୟ ୯ ଘଣ୍ଟା ସମୟରୁ ବସ୍ ଯୋଗେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା ସ୍ଥିରୀକୃତ କରାଯାଇଛି । ପୁରୁଷ ମହିଳା ମିଶି ସର୍ବମୋଟ ପ୍ରାୟ ୩୮୦ ଜଣ ଜଗନ୍ନାଥ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି ।