ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ ଜାମଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ତୁରେକେଲା ଗ୍ରାମରେ ନବ ନିର୍ମିତ ମା’ ଦ୍ୱାରସେହ୍ନି ମନ୍ଦିରର କୁମ୍ଭ ଭରଣ ଓ ପ୍ରତିଷ୍ଠା ଉତ୍ସବକୁ ନେଇ ଅଧିବାସ ଦିବସରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାମଖୁଣ୍ଟା ପୂର୍ବତନ ସରପଞ୍ଚ ବିଘ୍ନରାଜ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ କଳସ ଯାତ୍ରାରେ ଗ୍ରାମବାସୀ ସ୍ଥାନୀୟ ପୋଖରୀରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ପୂଜକ ଭାବରେ ପଣ୍ଡିତ ଦିବ୍ୟ ଲୋଚନ ଦାସ ଯୋଗଦେଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଦେବ ସିଂ ଯାନୀ, ରବି ଯାନୀ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତା ବୁଧବାର ସକାଳ ୯.୩୦ ମିନିଟ୍ଠାରୁ କୁମ୍ଭ ଭରଣ ଓ ୧ଟାରେ ପ୍ରସାଦ ସେବନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
Next Post