oom

କଳାକାରମାନଙ୍କୁ ନେଇ ଦିଲ୍ଲୀ ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ

jsmm

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଶ୍ରୀ ଶ୍ରୀ କଦମ୍ବକେଶରୀ ସାଂସ୍କୃତିକ କଳା ପରିଷଦର କଳାକାରମାନଙ୍କୁ ନେଇ ଦିଲ୍ଲୀ ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏଥିରେ ବଣାଇ ସବଡିଭିଜନର ସମସ୍ତ କଳାକାର ତଥା ସଂପ୍ରଦା, କିର୍ତ୍ତନ, ଖଞ୍ଜଣି, ଝୁମର, ଘୁଡ଼ଖା ଏବଂ ଚାଙ୍ଗୁ ନୃତ୍ୟ ଏବଂ ଆଦିବାସୀ ନୃତ୍ୟ ପ୍ରମୁଖ ଦଳମାନେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଜୁନ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ସେଠାରେ ନୃତ୍ୟ ପରିବେଷଣ କରି ପ୍ରତ୍ୟାବର୍ତ୍ତନ କରିବେ । ବଣାଇ ସହର ସ୍ଥିତ ବାବା ବାଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମସ୍ତ କଳାକାରମାନଙ୍କୁ ନେଇ ନିଜ ନିଜ କଳାର ନୃତ୍ୟ ପରିବେଷଣ କରି ଦିଲ୍ଲୀଠାରେ ହେବାକୁ ଥିବା ଯାତ୍ରାରେ କେମିତି ଭଲ ନୃତ୍ୟ ପରିବେଷଣ କରି ଆକର୍ଷିତ କରିବେ ତା ଉପରେ ପ୍ରସ୍ତୁତି ଏବଂ ଆଲୋଚନା କରାଯାଇଥିଲା । ସେଠାରେ ସଭାପତି ଦଶରଥ ସାହୁଙ୍କ ନେତୃତ୍ଵରେ ଉପସଭାପତି ରଜନୀକାନ୍ତ ଦଣ୍ଡିଆ, ସମ୍ପାଦକ ବେଣୁଧର ସାହୁ, କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଡିଲେଶ୍ଵର ମାଝୀ, କାର୍ଯ୍ୟକାରୀ କମିଟି ସଦସ୍ୟ ମିତ୍ରଭାନୁ ପ୍ରଧାନ, ଭରତ ଚନ୍ଦ୍ର ସାହୁ, କ୍ଷୀରେସ୍ଵର ବିଶ୍ଵାଳ, ଶ୍ରୀମନ୍ତ ମହାକୁଡ଼, କେଶବ ଚନ୍ଦ୍ର ମହାପାତ୍ର, ପ୍ରତାପ ସାହୁ, ଗୀତାଞ୍ଜଳି ମହାନ୍ତ, ସୁନ୍ଦରମଣି ଦା, ନବକିଶୋର ସାହୁ, ଋତୁରାଜ ରାୟଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.