ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଅନ୍ୟତମ ଗଣପର୍ବ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଠାକୁରାଣୀଯାତ୍ରା ଏକ ଅଲୌକିକ ଶକ୍ତି ପରମ୍ପରାର ମହକ ନେଇ ଦେବୀଙ୍କ ଆଗମନ ହୋଇଛି । ଦକ୍ଷିଣ ଓଡ଼ିଶାର ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଶାକ୍ତଧର୍ମର ଏହି ମହନୀୟ ପରମ୍ପରା ଭିତ୍ତିକ ଠାକୁରଣୀ ଯାତ୍ରାର ପ୍ରଚଳନ ରହିଆସିଛି । ଭଞ୍ଜନଗରର ଠାକୁରଣୀ ଯାତ୍ରା ଅନୁକରଣରେ ଫୁଲବାଣୀରେ ଠାକୁରଣୀ ଯାତ୍ରା ହୋଇଥିବା ଜଣାଯାଏ । ଶକ୍ତି ପ୍ରଦାୟିନୀ ଭଞ୍ଜନଗରର ଦେବୀଙ୍କ ଠାକୁରଣୀ ଯାତ୍ରା ଏକ ଅଭିନ୍ନ ଓ ନିଆରା ପରମ୍ପରା ଅଟେ । ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ୟାଘ୍ରଦେବୀ ଏବଂ ଗ୍ରାମଦେବୀଙ୍କ ଅପୂର୍ବ ମହିମା ଲୀଳା ଖେଳ ପ୍ରଦର୍ଶନ କରିଥାଆନ୍ତି । ଆଜି ଲୀଳାମୟୀ ଦେବୀଙ୍କ ଆଜ୍ଞାମାଳ ଆସିଯାଇଛି । ଦେବୀ ଯାତ୍ରା ମଣ୍ଡପରେ ବୁଧବାର ଆଗମନ କରିଛନ୍ତି । ତା.୩ /୫ /୨୦୨୩ ରୁ ଆରମ୍ଭ ହୋଇଥିବା ଦେବୀଙ୍କ ଯାତ୍ରା ଚଳିତ ୨୪ / ୫ /୨୦୨୩ରେ ଏହା ଉଦ୍ଯାପିତ ହେବ ବୋଲି ଭଞ୍ଜନଗର ଠାକୁରଣୀ ଯାତ୍ରା କମିଟି ପକ୍ଷରୁ କୁହାଯାଇଛି । ମା’ ଶକ୍ତି ସ୍ୱରୂପିଣୀଙ୍କ ଯେଉଁ ଆଜ୍ଞାମାଳ ଆସିଛି, ଏହାଦ୍ୱାରା ଦେବୀଙ୍କ ଅଲୌକିକ ମହିମାର ସତ୍ୟତା ପ୍ରତିପାଦନ ହୁଏ । ଭକ୍ତଜନଙ୍କ ନିଜସ୍ୱ ଚକ୍ଷୁରେ ଏହି ଆଜ୍ଞାମାଳର ଚଳନ ସଭିଏଁ ଶୋଭା ଦର୍ଶନ କରିଛନ୍ତି । ଭକ୍ତଜନ ବିଭୂକୃପା ଲାଭ କରି ଅଗଣିତ ଜନତା ଖୁସିବ୍ୟକ୍ତ ସାଂଗକୁ ନିଜକୁ ଧନ୍ୟ ମଣିଛନ୍ତି ।
Prev Post