ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମ ପଲ୍ଲୀରେ ଝଲସି ଉଠିଛି ଝାମୁ ଯାତ୍ରା ଓ ଦଣ୍ଡ ନୃତ୍ୟ । ଏହି ଦଣ୍ଡ ଯାତ୍ରା ପ୍ରାୟ ୨୧ ଦିନ ଧରି ପ୍ରତ୍ୟେକ ଗାଁ ଗାଁରେ ଦେଖିବାକୁ ମିଳିଥାଏ । ଏହି ଦଣ୍ଡରେ ସମସ୍ତ ପ୍ରକାର ନୃତ୍ୟ ତଥା ହର ସହିତ ପାର୍ବତୀ, ବୀଣାକାର ସଙ୍ଗେ କରାଣୀ, ଶାଳୀ ଭେନେଇ ଏବଂ ମା’ ମହାମାୟୀ କାଳୀଙ୍କର ନୃତ୍ୟ, ହେବା ସଙ୍ଗେ ସଙ୍ଗେ ବହୁତ ନୃତ୍ୟ କଳା ପ୍ରଦର୍ଶନ ହୋଇଥାଏ । ମୁଖ୍ୟତଃ ଭଗବାନ ଶିବଙ୍କ ଦିଗ ଭ୍ରମଣ ବର୍ଷରେ ଥରେ ହୋଇଥାଏ ।
ପ୍ରାୟତଃ ଚୈତ୍ର ମାସରେ ଏହି ପର୍ବ ହୋଇ ମହାବିଷୁବ ପଣା ସଂକ୍ରାନ୍ତିରେ ସମାପ୍ତ ହୁଏ । ପଣା ସଂକ୍ରାନ୍ତିରେ ବୌଦ୍ଧ ଜିଲ୍ଲାର ସମସ୍ତ ଶିବ ସ୍ଥଳୀରେ ଏହା ଦେଖିବାକୁ ମିଳିଛି । ଭକ୍ତଙ୍କ ସମାରୋହରେ ସମସ୍ତ ଭକ୍ତଙ୍କୁ ପଣା ଦିଆଯାଇଥାଏ ।
Prev Post