ମା’ ଦ୍ୱାରଶନୀଙ୍କ ଯାତ୍ରା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାନାଝର ଗ୍ରାମରେ ବିଜୟାଦଶମୀ ଦିନ ମା’ ଦ୍ୱାରଶନୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ମା’ ଦ୍ୱାରଶନୀଙ୍କ ଯାତ୍ରାରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇଥାନ୍ତି । ଆଖପାଖର ପ୍ରାୟ ୨୫ଟି ଗ୍ରାମର ଲୋକ ଆସନ୍ତି ମା’ଙ୍କର ଏହି ଯାତ୍ରାରେ । ଉକ୍ତ ଯାତ୍ରାରେ ସମସ୍ତଙ୍କ ପାଇଁ ଭୋଗର ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ୧୦ ହଜାରରୁ ଅଧିକ ଲୋକ ମା’ଙ୍କର ଦର୍ଶନ କରିବାକୁ ଆସିଥିଲେ । ଲୋକେ କହନ୍ତି ନାନାଝର ଗ୍ରାମର ମା’ ଦ୍ୱାରଶନୀଙ୍କର ଦର୍ଶନ କଲେ ରହିଯାଇଥିବା ସମସ୍ତ କାମ ସମ୍ପୂର୍ଣ୍ଣ ହୋଇଥାଏ ।

Leave A Reply

Your email address will not be published.

error: Content is protected !!