oom

ରୋତ କଲେଜରେ ଜାତୀୟ ସଂପାନ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ବାଣୀନିକେତନ, ରୋତ ଜିଲ୍ଲା-ବଲାଙ୍ଗିରରେ ଆଜି “ଭୌତିକ ବିଜ୍ଞାନର ଭୂମିକା ଓ ତାର ଅବଦାନ” ଶୀର୍ଷକ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଗଣିତ ବିଭାଗର ମୁଖ୍ୟ ଡକ୍ଟର ସୁବିଜ୍ଞ ଗଡତ୍ୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ମୁଖ୍ୟଅତିଥି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ରାମନରେଶ ମହାଲିଙ୍ଗ ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଗଣିତ ପ୍ରାଧ୍ୟାପକ ଡକ୍ଟର ସରୋଜ କୁମାର ପଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ସଭାର ବିଭିନ୍ନ ପର୍ଯ୍ୟାୟକୁ ପ୍ରିତୀ ସାହୁ, ନିରାକାର ସାହୁ ଓ ରାଜଲକ୍ଷ୍ମୀ ପଟ୍ଟନାୟକ ସଂଯୋଜନା କରିଥିଲେ । ସଂପାନର ପ୍ରଥମ ଅଧିବେଶନରେ ଗଣିତ ବିଭାଗର ମୁଖ୍ୟ ଡକ୍ଟର ସୁବିଜ୍ଞ ଗଡତ୍ୟା ସଭାପତିତ୍ୱ କରିଥିବା ବେଳେ ସେହି ବିଭାଗର ତିନିଜଣ ଛାତ୍ରଛାତ୍ରୀ ଯଥା- ପ୍ରିତୀ ସାହୁ ‘ଫିଜୋନାସି ସଂଖ୍ୟା ଓ ଗୋଲ୍ଡେନ ରେସିଓ’, ଓମପ୍ରକାଶ ସାହୁ ‘ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଗଣିତର ଭୂମିକା’ ଓ ଦୟାସାଗର ବିଶି ‘ଗଣିତରେ ଦର୍ଶନ ତତ୍ତ୍ୱ’ ଶୀର୍ଷକରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଗଣିତ ଅଧ୍ୟାପିକା ମଞ୍ଜିତା ପଶାୟତ ସଭାପତିତ୍ୱ କରିଥିବା ବେଳେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲାର ଗଣିତ ପ୍ରାଧ୍ୟାପକ ଡକ୍ଟର ସରୋଜ କୁମାର ପ୍ରଧାନ ‘ଭଗ୍ନାଂଶ କ୍ୟାଲକୁଲସ୍ ବ୍ୟବହାର କରି ଟେଲର ଶ୍ରେଣୀର ବିସ୍ତାର’ ସମ୍ପର୍କରେ ଆଲୋଚନା କରିଥିଲେ । ତୃତୀୟ ଅଧିବେଶନରେ ଅଧ୍ୟାପିକା ଇପ୍ସିତା ମିଶ୍ର ସଭାପତିତ୍ୱ କରିଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ରାମନରେଶ ମହାଲିଙ୍ଗ ‘ପଲିମର ସମ୍ବନ୍ଧୀୟ ନାନୋ ବସ୍ତୁର ପ୍ରସ୍ତୁତି ଓ ଏହାର ଉପଯୋଗିତା’ ସଂପର୍କରେ ଆଲୋଚନା କରିଥିଲେ । ଏହି ସଂପାନରେ ପ୍ରାଧ୍ୟାପକ ଡକ୍ଟର ଅନ୍ତର୍ଯ୍ୟାମୀ ନାଏକ, ରାଧେଶ୍ୟାମ ଯୋଷୀ, ଆନନ୍ଦ ମେହେର, ଶାନ୍ତନୁ ପାଢୀ, ଡକ୍ଟର ହିମାଂଶୁ ଶେଖର ମହନ୍ତ, ଗୋପାଳ ସାହୁ, ବ୍ରିଜେଶ ବାସ୍ତବ ଭୋଇ, ଅନୁସୂୟା ଭଞ୍ଜଦେଓ, ହୃଷିକେଶ ନାଗ, ରିୟା ମିଶ୍ର, ମନୋଜ ପାଣିଗ୍ରାହୀ, ଶେଷଦେବ ଦାନୀ, ନରେଶ ପଟେଲ, ଅଭିଳାଷ ଯୋଷୀ ଓ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ଛାତ୍ର ବିଶ୍ୱଜିତ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.