ଗଜବନ୍ଧ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ମୁଖ୍ୟ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଗଣିତ ଶିକ୍ଷକ ଯୁଧିଷ୍ଠିର ରଣା ଯୋଗଦେଇ ଭାରତର ମହାକାଶ ଅଭିଯାନ ଓ ଚନ୍ଦ୍ରଯାନ ତୃତୀୟର ସଫଳତା ବିଷୟରେ ଆଲୋଚନା କରିଥିଲେ । ଛାତ୍ରୀ ସୋନାଲି ବୁଡ଼େକ ସେମିନାର ଉପସ୍ଥାପନା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷଣ, କୁଇଜ, ଚିତ୍ରାଙ୍କନ, କୋଲାଜ ତିଆରି, ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଶଙ୍କର ପ୍ରସାଦ ଭୋଇ, କଳାକାହ୍ନୁ ରଣା, ଶିକ୍ଷୟିତ୍ରୀ ପ୍ରମିତା ପଧାନ, ଅମୁଲ୍ୟ ଝାଙ୍କର, ସହାୟକ ସୁବାସ ଭୋଇ, କିରଟି ନାଏକ ସହଯୋଗ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ପଦ୍ମାବତୀ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.