ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ମହାମାରୀର ନିର୍ଦ୍ଦେଶକୁ ପାଳନ ପୂର୍ବକ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସେନିଟାଇଜେସନ ସହିତ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରତିବର୍ଷ ଭଳି ଜାତୀୟ ଵିଜ୍ଞାନ ମେଳା ପାଳିତ ହୋଇଯାଇଛି । ପ୍ରକୃତିବନ୍ଧୁ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ଆହ୍ୱାନ କ୍ରମେ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି, କୈଳାଶ ମାଝୀ, ଅଗସ୍ତି ମାଝୀ, ପୂର୍ଣ୍ଣ ଚନ୍ଦ୍ର ନିଆଲ ଉପସ୍ଥିତ ଥିଲେ । ବିଜ୍ଞାନକୁ ସି.ଭି.ରମଣଙ୍କର ବିଶେଷ ଅବଦାନକୁ ସଦାସର୍ବଦା ସ୍ମୃତିଚାରଣ କରିବା ସହିତ ଶ୍ରୀ ରମଣଙ୍କୁ ସମ୍ମାନ ଜଣାଇବାକୁ ଆଜିର ଦିବସ ପାଳନ କରାଯାଇଥାଏ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ । ବିଜ୍ଞାନର ଦାନ ସଦାସର୍ବଦା ସମାଜର ହିତ ସାଧନ ପାଇଁ ଏବଂ ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୋଭିଡ ଟୀକା ଉଦ୍ଭାବନ ବୋଲି ଅନ୍ୟ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ । କୋମଳମତି ଛାତ୍ରଛାତ୍ରୀମାନଙ୍କୁ ହେ କୌଣସି ଶିକ୍ଷା ଦିଆ ଯାଉଛି ତାହା ବୈଜ୍ଞାନିକ ପଦ୍ଧତିରେ ହେବା ଉଚିତ ବୋଲି ସର୍ବ ସମ୍ମତିରେ ଉପସ୍ଥିତ ଅଭିଭାବକ ସହମତି ଦେଇଥିଲେ । ବର୍ତ୍ତମାନ କରୋନା ମହାମାରୀ ଜନ ଜୀବନକୁ ବ୍ୟତିବ୍ୟସ୍ତ କରି ସାରିଛି ତେଣୁ ତାହା ପ୍ରତି ସତର୍କ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଅବଗତି ନିମନ୍ତେ ବିଦ୍ୟାଳୟ ବନ୍ଦ ଥିବା ହେତୁ ଆଜିର କାର୍ୟ୍ୟକ୍ରମର ସବିଶେଷ ବିବରଣୀ ବିଦ୍ୟାଳୟର ହ୍ୱାଟସପ୍‌ ଗୃପରେ ପ୍ରେରଣ କରାଯାଇଥିଲା ।

Leave A Reply

Your email address will not be published.