ବିଶାଖପାଟଣାରେ ଜାତୀୟ ସ୍ତରର ବ୍ରିଜ୍ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଦଳର ଚାମ୍ପିଆନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ବିଶାଖପାଟଣାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରର ବ୍ରିଜ୍ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିରର ସୁଧିର ତ୍ରିପାଠୀ ଓ ତାଙ୍କ ଦଳର ଜଗନ୍ନାଥ ପ୍ରତିହାରୀ, ଡି.ଏନ୍.ଲେଙ୍କା ଏବଂ ବିରେନ୍ ମିତ୍ର ଚାମ୍ପିଆନ୍‌ ଟ୍ରଫି ହାସଲ କରିଛନ୍ତି । ଆୟୋଜକ ଆନ୍ଧ୍ର ପ୍ରଦେଶ ବ୍ରିଜ୍‌ ଏସୋସିଏସନ୍‌ ଟ୍ରଫି ପ୍ରଦାନ କରିଥିଲା । ଟ୍ରଫିକୁ ଓଡିଶା ବ୍ରିଜ୍‌ ଏସୋସିଏସନ୍‌ ସଭାପତି ଶୁଭେନ୍ଦୁ ପଟ୍ଟନାୟକଙ୍କୁ ହସ୍ତାନ୍ତର କରାଯାଇଥିଲା ।

Leave A Reply

Your email address will not be published.