ଫିକ୍କିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

  • ଭାରତରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ସହ ଶିଳ୍ପପତିମାନେ ଭାଗିଦାରୀ ସ୍ଥାପନ କରିବା ଆବଶ୍ୟକ : ଶ୍ରୀ ଠାକୁର
  • ବିଶ୍ୱର ୪୬% ଡିଜିଟାଲ ଦେଣନେଣ ଭାରତରେ ହୋଇଥାଏ : ଶ୍ରୀ ଠାକୁର

ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଫିକ୍କିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ବିକଶିତ ଭାରତ@୨୦୪୭: ବିକଶିତ ଭାରତ ଓ ଉଦ୍ୟୋଗ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଠାକୁର ପ୍ରଥମେ ଟିକସଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଥିଲେ ଯେ ସଚ୍ଚୋଟ ଟିକସଦାତାଙ୍କ ଯୋଗୁଁ ସରକାର ସଂଗୃହୀତ ଅର୍ଥର ପ୍ରତ୍ୟେକ ପଇସା ସାମାଜିକ କ୍ଷେତ୍ରରେ ବିନିଯୋଗ କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ଆବଣ୍ଟିତ ଅର୍ଥର ମାତ୍ର ଅଳ୍ପ କିଛି ଅଂଶ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚୁଥିବା ବେଳେ, ଯେପରି ପ୍ରଦାନ କରାଯାଉଥିବା ସମସ୍ତ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଂଚିବ ତାହାକୁ ସରକାର ସୁନିଶ୍ଚିତ କରିଛନ୍ତି । ପ୍ରତିଶ୍ରୁତି ପୂରଣ କରିବା ପାଇଁ ସରକାରଙ୍କ ସଂକଳ୍ପର ଏକ ଉଦାହରଣ ବୋଲି ୟୁପିଆଇକୁ ଦର୍ଶାଇବା ସହିତ ସେ କହିଥିଲେ, ଯେତେବେଳେ ୟୁପିଆଇ ଆରମ୍ଭ ହୋଇଥିଲା ସେତେବେଳେ ଏହାର ଫଳପ୍ରଦତାକୁ ନେଇ ଅନେକ ସନ୍ଦେହ ଥିଲା, କିନ୍ତୁ ଆଜି ୟୁପିଆଇ ସମାଜର ସମସ୍ତ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପ୍ରବେଶ କରିଛି । ଆଜି ବିଶ୍ୱର ମୋଟ ଡିଜିଟାଲ ଦେଣନେଣ ୪୬ ପ୍ରତିଶତ ଭାରତରେ ହେଉଛି ଏବଂ ଆମର ବୈଷୟିକ ଦକ୍ଷତାର ଅଭିବୃଦ୍ଧି ଉପରେ ବିଶ୍ୱ ନଜର ରଖିଛି ବୋଲି ସେ କହିଛନ୍ତି । ଗରିବ ଲୋକମାନଙ୍କ ଜୀବନର ଉନ୍ନତି ଦିଗରେ ସରକାରଙ୍କ ପ୍ରମୁଖ ଉପଲବ୍ଧି ଗୁଡିକ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ୪୦ ନିୟୁତ ଘର, ୧୦୦ ନିୟୁତ ଶୌଚାଳୟ, ୧୦୦ ନିୟୁତରୁ ଅଧିକ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଥିବା ବେଳେ ୧୩୦ ନିୟୁତରୁ ଅଧିକ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରାଯାଇଛି । ୬୦୦ ନିୟୁତରୁ ଅଧିକ ଆୟୁଷ୍ମାନ ଭାରତ ହିତାଧିକାରୀ ଅଛନ୍ତି ଏବଂ ୮୦୦ ନିୟୁତରୁ ଅଧିକ ଲୋକ ମାଗଣା ଖାଦ୍ୟ ପାଉଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ , ଜାତୀୟ ରାଜପଥ ନିର୍ମାଣ ୯୦ ହଜାର କିଲୋମିଟରରୁ ୧୫୦ ହଜାର କିଲୋମିଟରକୁ ବୃଦ୍ଧି ପାଇଛି, ବିମାନବନ୍ଦର ସଂଖ୍ୟା ୭୪ରୁ ୧୫୦କୁ ଦ୍ୱିଗୁଣିତ ହୋଇଛି, ଏମ୍ସ ସଂଖ୍ୟା ୭ରୁ ୨୩କୁ ବୃଦ୍ଧି ପାଇଛି ଏବଂ ଆଇଆଇଟି ସଂଖ୍ୟା ୧୨ରୁ ୧୯କୁ ବୃଦ୍ଧି ପାଇଛି ଏବଂ ଗ୍ରାମୀଣ ରାସ୍ତାର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇଛି । ଅନ୍ୟାନ୍ୟ ପଦକ୍ଷେପ ସହିତ ଏହି ସବୁ ପଦକ୍ଷେପ ଭାରତକୁ ଆଜି ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ରଖିଛି । ଦେଶକୁ ଏକ ଦୃଢ଼ ଏବଂ ଦକ୍ଷ ନେତୃତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଆଜି ବିଦେଶରେ ଭାରତୀୟ ପାସପୋର୍ଟର ଗୁରୁତ୍ୱ ବୃଦ୍ଧି ପାଇଛି ଏବଂ ଭାରତ ନିଜର ଲୋକମାନଙ୍କୁ ଉଦ୍ଧାର କରି ଆଣିବା ପାଇଁ ସଂଘର୍ଷରେ ହସ୍ତକ୍ଷେପ କରୁଛି । ଶ୍ରୀ ଠାକୁର କହିଥିଲେ ଯେ କୃଷି କ୍ଷେତ୍ରରେ ସରକାର ମୂଲ୍ୟ ଅତିରିକ୍ତ ୫୦% ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଆଜି ସରକାରୀ ସହାୟତାରେ ଘରୋଇ ଉଦ୍ୟୋଗ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି । ଗତ ୧୦ ବର୍ଷ ମଧ୍ୟରେ ସରକାର ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ତାହା ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପଥରେ ନେଇଯିବ । ଯେଉଁମାନେ ଭାରତରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଭାଗିଦାରୀ ସ୍ଥାପନ କରିବାକୁ ଏବଂ ଭାରତର ପ୍ରତିଭା ଏବଂ ସାମର୍ଥ୍ୟକୁ ଉପଯୋଗ କରିବାକୁ ମନ୍ତ୍ରୀ ଆମର ଉଦ୍ୟୋଗ କ୍ଷେତ୍ରର ନେତୃତ୍ୱ ମାନଙ୍କୁ ଆହ୍ୱାନ ଦେଇଥିଲେ ଯାହା ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

Leave A Reply

Your email address will not be published.