
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ବିମାନବନ୍ଦରରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିବା ଯୋଗୁଁ ବେଙ୍ଗାଲୁରୁରୁ କୋଲାକାତା ଯାଉଥିବା ଏୟାର ଏସିଆ ବିମାନ- ୨୪୭୨ ଅବତରଣ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ଏୟାର ଏସିଆ ବିମାନ- ୨୪୭୨ ବେଙ୍ଗାଲୁରୁରୁ କୋଲାକାତା ଯାଉଥିବା ବେଳେ ଏହି ସମୟରେ ତୈମୁର ଅଲ୍ଲୀ ଖାନ୍(୩୨) ନାମକ ଜଣେ ଯାତ୍ରୀ ବିମାନରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ସଙ୍ଗେ ସଙ୍ଗେ ବିମାନଟି ଜରୁରୀ ଅବତରଣ କରିଥିଲା । ତେବେ ତୈମୁରଙ୍କୁ ବିମାନଠୁ ଓହ୍ଲାଇବା ପରେ ଭୁବନେଶ୍ୱରର ଏକ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।