jayashree

ଶିକ୍ଷା ସହିତ ପର୍ଯ୍ୟଟନ ନିତାନ୍ତ ଜରୁରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ମଣ୍ଟେସୋରୀ ସେକେଣ୍ଡେରୀ କଲେଜର ଛାତ୍ରଛାତ୍ରୀମାନେ ଶିକ୍ଷା କୌଶଳକୁ ଆହୁରି ଦୃଢ କରିବା ପାଇଁ ଚିପିଲିମାର ପାୱାରଗ୍ରୀଡ ଓ ହିରାକୁଦ ଜଳଭଣ୍ଡାର ପାୱାର କେନାଲକୁ ଭ୍ରମଣରେ ଯାଇଥିଲେ । ଅଧ୍ୟକ୍ଷା ହିମାନୀ ତ୍ରିପାଠୀ ପିଲାଙ୍କୁ ଜଳପ୍ରପାତରୁ ବିଦ୍ୟୁତ ତିଆରି ଓ ପାୱାର କେନାଲ ଦ୍ୱାରା ଦଳ ପଠାଇ ଟରବାଇନ ଘୁରାଇବାର କୌଶଳ ବୁଝାଇଥିଲେ । ନିର୍ଦ୍ଦେଶକ ରବିଚନ୍ଦ୍ର ଉଦ୍‌ଗାତା ଓ ଚେୟାରମେନ ବିରେନ୍ଦ୍ର ନାରାୟଣ ଉଦ୍‌ଗାତା ବୁର୍ଲା ବିଜ୍ଞାନ ପାର୍କର ବିଭିନ୍ନ ଶୈଳି ଏବଂ ପାନେଟୋରିୟମ ବୁଲାଇ ଦେଖାଇଥିଲେ । ଶିକ୍ଷା ସହିତ ପର୍ଯ୍ୟଟନ ନିହାତି ଜୁରୁରି ବୋଲି ନିର୍ଦ୍ଦେଶକ ପିଲାଙ୍କୁ ବୁଝାଇଥିଲେ । ପିିଲାଙ୍କ ସହ ଗାଇଡ ଶିକ୍ଷକ ଉତ୍ତମ ସାହୁ, ଆଶିଷ ଯୋଷୀ, ଜୟନ୍ତ ଶତପଥି ସହଯୋଗ କରିଥିଲେ । ଶିକ୍ଷୟତ୍ରି ପଦ୍ମିନୀ ଗୁରୁ ଓ ସାମାଜିକ କର୍ମୀ ଆକୁଳ ବେହେରା ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.